ଜଳୁଛି ସାରା ଓଡିଶା, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ତାପମାତ୍ରା : ଝାରସୁଗୁଡ଼ା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

Published By : Prameya-News7 Bureau | April 21, 2024 IST

ଭୁବନେଶ୍ବର ୨୧।୪: ଜଳୁଛି ସାରା ଓଡ଼ିଶା । ଢହ ଢହ ଖରା ସାଙ୍ଗକୁ ତତଲା ପବନ । ଆଜି ବି ତାତିରୁ ତ୍ରାହି ନାହିଁ । ସାଢ଼େ ୧୧ଟାରେ ୪୧ ଡିଗ୍ରୀ ଛୁଇଁଲା ତାତି । ୪୧ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଛି । ସେହିଭଳି ଭୁବନେଶ୍ବରରେ ୪୦.୭, ବାଲେଶ୍ବରରେ ୪୦.୧, ରାଉରକେଲାରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସକାଳ ୮ଟା ୩୦ ସୁଦ୍ଧା ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । ଶନିବାର ତୁଳନାର ରବିବାର ତାପମାତ୍ରାରେ ସାମନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ତେବେ କେଉଁଠି କେତେ ରହିଛି ତାପମାତ୍ରା । ସକାଳ ୮.୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା ରହିଥିଲା । ଅନୁଗୁଳରେ ୩୪, ଯାଜପୁରରେ ୩୪.୮, କଟକରେ ୩୪, ଭବାନୀପାଟଣାରେ ୩୪.୪, ଭୁବନେଶ୍ୱରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । 

ସେପଟେ ଆସନ୍ତା ୨୬ ତାରିଖରେ ତାତି ୪୬ ଡିଗ୍ରୀ ଡେଇଁବା ଆଶଙ୍କା ରହିଛି । ବିପଜ୍ଜନକ ସ୍ତର ଛୁଇଁଲାଣି ୟୁଭି କିରଣ ମାତ୍ରା । ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଚର୍ମ କର୍କଟ, ସନ୍ ବର୍ଣ୍ଣ, ଆଖି ଖରାପ ହେବାର ମଧ୍ୟ ଆଶଙ୍କା ମଧ୍ୟ କରାଯାଉଛି । 

 You Can Read :

ଆଜି ବି ଅସମ୍ଭାଳ ତାତି, ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.