ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ NOC, ବେଆଇନ ପାର୍କିଂ କଲେ ଗାଡ଼ି ମାଲିକଙ୍କୁ ୧୨ ଶହ ଟଙ୍କା ଫାଇନ

NEWS7
jharsuguda-and-keonjhar-records-maximum-temperature-of-43-degrees-by-230-pm

ଭୁବନେଶ୍ୱର: ଜାନୁଆରୀ ୨୭ରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭ ମେଳା। ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ। ମଇଦାନକୁ ଓହ୍ଲାଇବେ ୧୪ ଯାତ୍ରା ପାର୍ଟି। ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଉଛି। ଏହାରି ଭିତରେ ଖଣ୍ଡଗିରି ଯାତ୍ରା ପାଇଁ ଏସଓପି ଆଣିଛି ବିଏମସି।

ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି। ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମସିର ସ୍ଵତନ୍ତ୍ର ସ୍କୁଆଡ। ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ଆକ୍ସନ ନିଆଯିବ। ବିଏମସି ପାର୍କିଂ ବାହାରେ ପାର୍କିଂ କଲେ ଗାଡ଼ି ଉଠେଇ ନେବା ସହ ଗାଡ଼ି ମାଲିକଙ୍କୁ ୧୨ ଶହ ଟଙ୍କା ଫାଇନ ହେବ।

ଏପରିକି ସାନିଟାରୀକୁ ଗୁରୁତ୍ଵ ଦେବେ ଯାତ୍ରା କମିଟି। ଯାତ୍ରା କଳାକାର ଓ କମିଟି ସଭ୍ୟଙ୍କ ପାଇଁ ହେବ ସ୍ଵତନ୍ତ୍ର ପାର୍କିଂ ପ୍ଲେସ। ସେନେଇ କମିଟି ଜାଗା ନିରୂପଣ କରିବେ। ଏନେଇ ଦକ୍ଷିଣ ପୂର୍ବ ଜେଡିସି ସୂଚନା ଦେଇଛନ୍ତି। ଖଣ୍ଡଗିରି ଯାତ୍ରା କମିଟି ସହିତ ଆଲୋଚନା ପରେ ଏସଓପି ଜାରି ହୋଇଛି।