୪୧.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ରାଉରକେଲା ଓ ସମ୍ବଲପୁରରେ ୩୯ ପାର୍ କଲା ପାରଦ

Published By : Prameya-News7 Bureau | March 16, 2025 IST

ଭୁବନେଶ୍ବର ୧୬।୩: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ତେବେ ରବିବାର ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଦିନ ସାଢେ ୧୧ଟା ରେ ମଧ୍ୟ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଝାରସୁଗୁଡାରେ ୪୧.୮ଡ଼ିଗ୍ରୀ, ରାଉରକେଲାରେ ୩୯.୮ ଡ଼ିଗ୍ରୀ, ସମ୍ବଲପୁରରେ ୩୯ ଡ଼ିଗ୍ରୀ, ହୀରାକୁଦରେ ୩୮.୪ ଡ଼ିଗ୍ରୀ, କେନ୍ଦୁଝରରେ ଏବଂ ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ ରେକର୍ଡ ହୋଇଛି । 

ତେବେ ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଝାରସୁଗୁଡାରେ ୩୭ଡ଼ିଗ୍ରୀ, କେନ୍ଦୁଝରରେ ୩୬.୪ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୨ ଡ଼ିଗ୍ରୀ, ରାଉରକେଲାରେ ୩୫.୪ ଡ଼ିଗ୍ରୀ, ହୀରାକୁଦରେ ୩୪.୨ ଡ଼ିଗ୍ରୀ ଏବଂ ଚାନ୍ଦବାଲିରେ ୩୪.୨ ଡ଼ିଗ୍ରୀ ରେକର୍ଡ ହୋଇଥିଲା । 

ସେପଟେ, ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ରହିବ । ରବିବାର ପାଇଁ ଜାରି ହୋଇଛି ସିଭିୟର ହିଟ୍ ୱେଭ୍ ଆଲର୍ଟ । ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଅନୁଗୁଳ, ସୁନ୍ଦରଗଡ, ସୋନପୁର ଓ ବୌଦ୍ଧରେ ଅତ୍ୟଧିକ ଖରା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗରମ ଓ ଗୁଳୁଗୁଳି ନେଇ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

You Can Read:

ରାଜ୍ୟରେ ଖୁବ୍‌ଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ୍‌, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି
ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.