ନୂଆଦିଲ୍ଲୀ: ଶାସନ ଗାଦିରୁ ହଟିବା ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ଭିଟୋ ପ୍ରୟୋଗ । କାର୍ଯ୍ୟକାଳ ଶେଷ ହେବା ଆଗରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଜୋ-ବାଇଡେନ । ଦେଶର ବିଭିନ୍ନ ଜେଲ୍ରେ ଥିବା କଏଦୀଙ୍କୁ ରାଜକ୍ଷମା କରିଛନ୍ତି ବାଇଡେନ । ଏହା ଦ୍ବାରା ପ୍ରାୟ ୧୫୦୦ କଏଦୀ ଜେଲ୍ରୁ ମୁକ୍ତ ହେବେ । ଏମାନଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଦଭବ ରହିଥିବା ଜଣାପଡ଼ିଛି ।
ଏନେଇ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଏକ ବୟାନ ଜାରି କରିଛନ୍ତି । ସମ୍ଭାବନା ଏବଂ ଦ୍ବିତୀୟ ଥର ଆମେରିକାର ସର୍ବେସର୍ବା ହେବା ପରେ ଏହାର ଆଧାରଶିଳା ରଖିଥିଲେ । ସେ କହିଥିଲେ, ଦ୍ବିତୀୟ ଥର ଆମେରିକାର ରାଜଧାନୀ ହେବା ପରେ ତାଙ୍କ ନିକଟକୁ ବହୁ କଏଦୀଙ୍କ ରାଜକ୍ଷମା ଆସିଥିଲା । ଯେଉଁ ମାନେ ନିଜ ଅପରାଧକୁ ନେଇ ଦୁଃଖ ଏବଂ ଅନୁପାତ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଇଡେନ । ତେବେ ଏହି ଅପରାଧିଙ୍କ ମଧ୍ୟରେ ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକ ଲୋକ ରହିଛନ୍ତି ।
ପ୍ରଥମ ଦିନରେ ରାଜକ୍ଷମା ପାଇଁ ଆବେଦନ କରିଥିବା ୩୯ଜଣଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ ଦଣ୍ଡମୁକ୍ତ କରିଛନ୍ତି । ଏହି ପରି ୧୫୦୦ କଏଦୀଙ୍କୁ ରାଜକ୍ଷମ ପାଇଁ ଲାଗିପଡ଼ିଛନ୍ତି ଆମେରିକା ରାଷ୍ଟ୍ରପତି । ଏମାନଙ୍କ ମଧ୍ୟରେ କିଛି ଅପରାଧିଙ୍କର ଦୋଷକୁ କମାଇ ଦିଆଯାଇଛି ।...