ବିଧାନସଭାକୁ ଆଉ ମୋବାଇଲ୍ ନେଇ ଯାଇପାରିବେନି ସାମ୍ବାଦିକ, ମଙ୍ଗଳବାରର ଘଟଣା ପରେ ଜାରି ହେଲା କଟକଣା

Published By : Prameya-News7 Bureau | March 12, 2025 IST

ଭୁବନେଶ୍ବର ୧: ବିଧାନସଭାକୁ ଆଉ ମୋବାଇଲ୍ ନେଇପାରିବେନି ସାମ୍ବାଦିକ । ବିଧାନସଭା ପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ଗୃହରେ ମଙ୍ଗଳବାର ଘଟିଥିବା ଘଟଣା ପରେ ସାମ୍ବାଦିକଙ୍କ ପାଇଁ ମୋବାଇଲ କଟକଣା ଜାରି କରାଯାଇଛି । ଏହାର ପ୍ରତିବାଦରେ ସାମ୍ବାଦିକ ମାନେ ପ୍ରେସ୍ ଗ୍ୟାଲେରୀକୁ ଯାଇନାହାନ୍ତି । ଗଣମାଧ୍ୟମ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠରେ ବସିଛନ୍ତି ।

ସେପଟେ ସାମ୍ବାଦିକଙ୍କ ସପକ୍ଷରେ ବାହାରିଲା ବିଜେଡ଼ି । ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମୋବାଇଲ୍ ମନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । ସାମ୍ବାଦିକ ମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ମୋବାଇଲ ଆଉ କ୍ୟାମେରା ବନ୍ଦ କରି କ’ଣ ଲୁଚାଇବାକୁ ଚାହୁଁଛନ୍ତି ସରକାର । କହାକୁ ଡ଼ର ରହୁଛି ବୋଲି ଅରୁଣ ସାହୁ କହିଛନ୍ତି । ସେ କହିଛନ୍ତି, ଯାହା ଘଟଣା ଘରେ ତାକୁ ଓଡ଼ିଶାବାସୀଙ୍କ ଲୋକଲୋଚନକୁ ଆଣିବା ସାମ୍ବାଦିକଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ । ସେମାନେ ପରମ ଦାୟିତ୍ବ ନିର୍ବାହ କରୁଛନ୍ତି । ମଙ୍ଗଳବାର ବିଧାନସଭା ଭିତରେ ସରକାରୀ ଦଳ ଗୁଣ୍ଡା ଭଳି ଆଚରଣ କରିବା, ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବାକୁ ଯେତେବେଳେ ଗଣମାଧ୍ୟମରେ ତାହା ପ୍ରସାରିତ ହେଲା । ଏକଛତ୍ରବାଦୀ ମନୋଭାବ ରଖି ସାମ୍ବାଦିକମାନଙ୍କୁ ଭିତରେ ପ୍ରବେଶ କରିବାକୁ ଦିଆଯାଉନାହିଁ । ସାମ୍ବାଦିକ ମାନଙ୍କ ସାଥିରେ ଆଲୋଚନା କରି ତାଙ୍କର ଯାହା ଅଧିକାର ତାକୁ ଫେରାଇ ଦେଇ ତାଙ୍କୁ ନିମନ୍ତ୍ରଣ କରି ପ୍ରେସ୍ ଗ୍ୟାଲେରୀରେ ବସାଇବାକୁ ସରକାରଙ୍କୁ ଚେତାବନୀ ଦେଲେ ଅରୁଣ । ବିଧାନସଭା ଭିତରେ ଯାହାସବୁ ଘଟୁଛି, ଟିକନିଖ ବିବରଣୀ ଦେବାରେ ସାମ୍ବାଦିକଙ୍କୁ ସହଯୋଗ କରନ୍ତୁ ନଚେତ ଆମେ ଭାବିବୁ ସରକାର ହିଟଲର ଯୁଗର, ଏକଛତ୍ରବାଦୀ ମନୋଭାବ ରଖି କାମ କରୁଛନ୍ତି ବୋଲି ଅରୁଣ ସାହୁ ପ୍ରକାଶ କରିଛନ୍ତି । ସାମ୍ବାଦିକ ମାନଙ୍କ ଉପରେ ଅତ୍ୟାଚାର ଚଳିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସାମ୍ବାଦିକଙ୍କ ପାଇଁ ଗୃହ ପଡ଼ିବ ଉଠିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।


ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସମର୍ଥନରେ ବିଜେଡି ବାହାରିଛି । ମଙ୍ଗଳବାର ବିଧାନସଭାରେ ଘଟିଥିବା ଘଟଣାକୁ ନେଇ ବାଚସ୍ପତିଙ୍କୁ ଭେଟିଛି ବିଜେଡି । ବାଚସ୍ପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ମଙ୍ଗଳବାର ଘଟିଥିବା ଘଟଣାର ତର୍ଜମା କରିବାର ଆବଶ୍ୟକତା ଥିଲା । କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ନିଷ୍ପତ୍ତି ପୁର୍ନବିଚାର କରନ୍ତୁ ବାଚସ୍ପତି । ବିଜେଡି ଶୃଙ୍ଖଳାରେ ବିଶ୍ୱାସ କରେ ସରକାର ଗୃହ ଚାଲିବାକୁ ଚାହିଁଲେ ବିଜେଡି ସହଯୋଗ କରିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

You Can Read:

ବ୍ରହ୍ମପୁରରେ ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା, ସ୍ଥାପନ ହେବ ଶୁଭଖୁଣ୍ଟି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.