ଦମଦାର ଓପନିଂ କରିବ ‘ଦେବରା’, ଆଡଭାନ୍ସ ବୁକିଂରେ କରିଥିଲା ଏତିକି କୋଟିର କଲେକସନ୍

Published By : Prameya-News7 Bureau | September 27, 2024 IST

ମୁମ୍ଵାଇ ୨୭।୦୯: ଜୁନିଅର NTRରଙ୍କ ଅପକମିଂ ଚଳଚ୍ଚିତ୍ର 'ଦେବରା – ପାର୍ଟ ୧ । ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦୀର୍ଘ ସମୟ ଅପେକ୍ଷା ପରେ, ଫିଲ୍ମ ୨୭ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ । କୁହାଯାଉଛି ଯେ NTRର ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବିପୁଳ କଲେକସନ୍‌ ସହ ରେକର୍ଡ ସୃଷ୍ଟି କରିବ। 'ଦେବରା-୧'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଫିଲ୍ମଟି ଭଲ ରୋଜଗାର କରୁଛି ।

ରିପୋର୍ଟକୁ ଅନୁଯାୟୀ, 'ଦେବରା-୧' ରିଲିଜ୍ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କା ଅତିକ୍ରମ କରିବ । ଏହି ଚଳଚ୍ଚିତ୍ରଟି କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ୬୫-୭୦ କୋଟି ଟଙ୍କା ସଂଗ୍ରହ କରୁଥିବାବେଳେ କର୍ଣ୍ଣାଟକରୁ ୧୦ କୋଟି ଟଙ୍କା ସଂଗ୍ରହ କରିବ। ଏହି ଚଳଚ୍ଚିତ୍ର ତାମିଲନାଡୁ, କେରଳ ଏବଂ ଉତ୍ତର ଭାରତରୁ ପ୍ରାୟ ୧୧-୧୨ କୋଟି ଟଙ୍କା ରୋଜଗାର କରିପାରିବ।


ରିପୋର୍ଟ ଅନୁଯାୟୀ, 'ଦେବରା-୧' କେବଳ ଭାରତରେ ୯୦-୯୫ କୋଟି ଟଙ୍କା ରୋଜଗାର କରିବ। ବିଦେଶୀ ବକ୍ସ ଅଫିସରେ NTR ର ଫିଲ୍ମ ପ୍ରାୟ ୪୫ କୋଟି ଟଙ୍କା ସଂଗ୍ରହ କରିପାରିବ ।ୱାର୍ଲଡ୍‌ ୱାଇଡ ବକ୍ସ ଅଫିସରେ ଫିଲ୍ମର ୧୩୧-୧୩୭ କୋଟି ଟଙ୍କା ଓପନିଂ କରିବା ନେଇ ଦାବି କରାଯାଇଛି। ଏହି ଜବରଦସ୍ତ କଲେକସନ ସହିତ 'ଦେବରା ପାର୍ଟ-୧ ବିଜୟ ଥାଲାପାଥିଙ୍କ ଚଳଚ୍ଚିତ୍ର 'ଗଟ୍' (୧୦୧-୭୮ କୋଟି) ଏବଂ ଶ୍ରଦ୍ଧା କପୁରଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ସ୍ତ୍ରୀ-୨' (୮୬-୫୦ କୋଟି) ର ସର୍ବଭାରତୀୟ ଉଦଘାଟନୀ କଲେକସନ୍କୁ ପଛରେ ପକାଇଛି। 

'ଦେବରା -୧' ର ଷ୍ଟାର୍ କାଷ୍ଟ୍ 

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏଗି ପିଲ୍ମରେ ତାଙ୍କର ସାଉଥ ଡେବ୍ୟୁ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ମୁଖ୍ୟ ଭୂମିକାରେ ଅଛନ୍ତି। ଭିଲେନ୍ ଅବତାରରେ ସୈଫ ଅଲି ଖାନଙ୍କୁ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.