ସାହରପଡାରେ ତାଣ୍ଡବ ରଚିଲା କାଳବୈଶାଖୀ : ଉପୁଡ଼ିଲା ଶହ ଶହ ଗଛ, ଉଡିଗଲା ୧୦ରୁ ଉର୍ଦ୍ଧ୍ବ ଘରର ଛପର

Published By : Prameya-News7 Bureau | June 06, 2024 IST

ପାଟଣା ୬।୬: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅପରାହ୍ନରେ ହଠାତ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିବାରୁ ବାଲିପଶି ଗ୍ରାମରେ ୧୦ରୁ ଉର୍ଦ୍ଧ୍ବ ଘରର ଛପର ଉଡିଯିବା ସହ ଶହ ଶହ ଗଛ ଉପୁଡି ପଡିଛି । ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଉପରେ ବିରାଟ ଗଛ ଡାଳ ପଡିଯିବାରୁ ଅଙ୍ଗନବାଡି କେନ୍ଦ୍ର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ବିଲା-ଚଢେଇଭୋଳ ରାସ୍ତା ଉପରେ ଗଛ ପଡ଼ିଥିବାରୁ ଉକ୍ତ ରାସ୍ତାରେ ଗମନାଗମନ ସହ ଗାଡି ମୋଟର ଚଳାଚଳରେ ବ୍ୟାହତ ହୋଇଛି ।

You Can Read :

ପୂଜାବିଧି ସମାନ କିନ୍ତୁ ପରମ୍ପରା ଅଲଗା, ସ୍ୱାମୀଙ୍କ ପାଇଁ ନୁହେଁ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ୍ତି କିନ୍ନର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.