ମୋହନାରେ କାଳବୈଶାଖୀ ତାଣ୍ଡବ, ଗଛ ପଡି ରାସ୍ତା ଅବରୋଧ

Published By : Prameya-News7 Bureau | May 31, 2024 IST

ମୋହନା ୩୧।୫: ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ l କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ କେଉଁଠି ପବନ ସହ ପ୍ରବଳ କୁଆପଥର ବର୍ଷା ହୋଇଛି l ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି l 

ତେବେ ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ଡହଳ ବିକଳ ହେଉଥିବା ବେଳେ ବର୍ଷା ଯୋଗୁଁ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି ଲୋକେ l ଶୁକ୍ରବାର ଦିନସାରା ପ୍ରଚଣ୍ଡ ଖରା ସହ ଗୁଳଗୁଳିରେ ଆଉଟୁ ପାଉଟୁ ହେଉଥିଲେ ଲୋକେ l ହେଲେ ଅପରାହ୍ନ ୩ଟାରୁ ଅଚାନକ ପାଗ ବଦଳିଯାଇଥିଲା l ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଘଡଘଡି ସହ ପବନ ଓ କୁଆପଥର ମାଡ ହୋଇଥିଲା l ଫଳରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଆଗରେ ଥିବା ଏକ ବିରାଟ ଗଛ ରାସ୍ତା ଉପରେ ପଡ଼ିଯାଇଥିଲା l ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା l ପୋଲିସ ଓ ଅଗ୍ନିଶମ ବାହିନୀ ଗଛକୁ ରାସ୍ତାରୁ ବାହାର କରିଥିଲେ l ଏହାପରେ ଯାତାୟତ ସ୍ଵାଭାବିକ ହୋଇଥିଲା l ସେହିପରି ଚାନ୍ଦିପୁଟ, ଲୁହାଗୁଡି ଅଞ୍ଚଳରେ ମଧ୍ଯ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିଲା l

You Can Read :

ରାତି ପାହିଲେ ଭୋଟ୍, ଭଦ୍ରକ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.