ଭୁବନେଶ୍ବର ୭।୧୧: କଣ୍ଟାବାଞ୍ଜି ଆସନକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ବିଟ୍ର ଜବାବ ରଖିଲେ ବିଧାୟକ ଲକ୍ଷ୍ମଣ ବାଗ୍ । ସେ କହିଛନ୍ତି, ଏଥିରେ କ’ଣ ସତ୍ୟତା ଅଛି ମୁଁ କହିବିନି । ୨୫ ବର୍ଷ ସେମାନେ ଶାସନରେ ଥିଲେ । ତାଙ୍କୁ ଲୋକ ଭଲ ପାଉଥିଲେ ଭୋଟ୍ ଦେଉଥିଲେ । ଏବେ ତାଙ୍କ କଥା ସବୁ ପଦାରେ ପଡିଛି । ତାଙ୍କୁ ଲୋକ ପ୍ରତ୍ୟାଖାନ କରିଛନ୍ତି । ସରକାରରେ ଥିଲେ, ସବୁ ତାଙ୍କ କଳ ଥିଲା ତାପରେ ବି ହାରିଲେ । ଏଥିରୁ ସ୍ପଷ୍ଟ ଲୋକ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । ଆମେ ଯେତେବେଳେ ଷ୍ଟ୍ରଙ୍ଗ ରୁମ୍ରେ ତାଲା ପକାଇବାକୁ କହିଥିଲୁ ସେ କହିଥିଲେ ତମର କ’ଣ ଆମ ଉପରେ ବିଶ୍ୱାସ ନାହିଁ । ଯଦି ସେତେବେଳେ ଏମିତି କହୁଥିଲେ ଏବେ କାହିଁକି ଟ୍ୱିଟ୍ କରୁଛନ୍ତି । ଯାହା ବିଚାର କରିଛନ୍ତି ଜନତା କରିଛନ୍ତି ବୋଲି ଲକ୍ଷ୍ମଣ ବାଗ୍ କହିଛନ୍ତି ।
You Can Read: