କାର୍ଗିଲ ସହିଦ ନିରଞ୍ଜନ ବେହେରାଙ୍କ ସ୍ମୃତିପୀଠକୁ ପ୍ରଶାସନ ଅଣଦେଖା କରିବା ପ୍ରତିବାଦ

Published By : Prameya-News7 Bureau | July 23, 2024 IST

ଚାନ୍ଦବାଲି ୨୩।୭: କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଟିର ପୁଅ ନିରଞ୍ଜନ ବେହେରାଙ୍କ ସ୍ମୃତିପୀଠକୁ ପ୍ରଶାସନର ଅଣଦେଖା ପ୍ରତିବାଦ । ଏ ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡ଼ା ଗ୍ରାମର ବୀର ଯବାନ ନିରଞ୍ଜନ ବେହେରା ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିଲେ । କାର୍ଗିଲ ଯୁଦ୍ଧକୁ ଦୀର୍ଘ ୨୪ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅବହେଳିତ ହୋଇ ପଡ଼ିରହିଛି ନିରଞ୍ଜନ ବେହେରାଙ୍କ ସ୍ମୃତିପୀଠ । ବୀର ଯବାନଙ୍କ ସ୍ମୃତିପୀଠର ଉନ୍ନତିକରଣ ସହିତ ପାର୍କ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ୱାର ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନର ଅଣଦେଖା ପାଇଁ ଆଜି ବି ଅବହେଳିତ ହୋଇ ପଡ଼ିରହିଛି ନିରଞ୍ଜନଙ୍କ ସ୍ମୃତିପୀଠ । ତେବେ ପ୍ରତିବର୍ଷ ସହିଦ ଦିବସରେ ପ୍ରଶାସନ ପକ୍ଷରୁ ନିରଞ୍ଜନଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପକାଇ ଚାଲିଯାଉଥିବା ବେଳେ ଏଥର କିନ୍ତୁ ଏହାକୁ ଦୃଢ଼ ପ୍ରତିବାଦ କରିବେ ବୋଲି କହିଛନ୍ତି ଗ୍ରାମବାସୀ । କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ମାଟିର ଏକମାତ୍ର ବୀର ଯବାନଙ୍କ ସ୍ମୃତିପୀଠକୁ ପ୍ରଶାସନ ଅଣଦେଖା କରୁଥିବା ପ୍ରତିବାଦରେ ଗ୍ରାମବାସୀ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏଥର ସହିଦ ଦିବସରେ ନିରଞ୍ଜନଙ୍କ ସ୍ମୃତିପୀଠକୁ ପ୍ରଶାସନିକ ଅଧିକାରୀଙ୍କୁ ନଆସିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ଗ୍ରାମବାସୀ।

You Can Read:

ଭଙ୍ଗା ବ୍ରିଜ୍‌ରେ ଫସିଲା ଟ୍ରକ୍ : ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.