ସାଲେପୁର ୨।୮: ବୋଲବମ୍ ଭକ୍ତଙ୍କ ମୃତ୍ୟୁ । ପାଣି ଭାର ନେଇ ଯାଉଥିବା ସମୟରେ ଚାଲିଗଲା କାଉଡ଼ିଆଙ୍କ ଜୀବନ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବରକାନ୍ଧା ଗାଁ ଚନ୍ଦ୍ରଶେଖର ବୋଲବମ୍ ସଂଘର କିଛି ଯୁବକ କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଆଣିବା ପାଇଁ ଯାଇଥିଲେ । ପାଣି ଆଣି ଆସିବା ସମୟରେ ଜଣେ ଭକ୍ତ ସାଲେପୁର ବିଶେଶ୍ୱର ଶିବ ମନ୍ଦିର ନିକଟରେ ରାସ୍ତାରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସ୍ଥାନୀୟ ଲୋକ ତାଙ୍କ ସାଥିଙ୍କ ସହାୟତାରେ ସାଲେପୁର ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ମହାକାଳପଡ଼ାର ବୁଲୁ ବାରିକ । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
You Can Read:
ତ୍ରିଶୁଳିଆ ବ୍ରିଜ୍ ଉପରୁ ମିଳିଲା କାର୍ ଓ ଚପଲ, ଯୁବ ବ୍ୟବସାୟୀଙ୍କ ତୁଷାର ଭଟ୍ଟ ଏବେ କେଉଁଠି