KBC-16କୁ ମିଳିଲା ପ୍ରଥମ କୋଟିପତି, ୨୨ ବର୍ଷର ଚନ୍ଦ୍ର ପ୍ରକାଶ ଜିତିଲେ ୧ କୋଟି ଟଙ୍କା

Published By : Prameya-News7 Bureau | September 26, 2024 IST

ମୁମ୍ଵାଇ ୨୬।୦୯: ସୋନି ଟିଭିର ପପୁଲାର ଶୋ କୌନ ବାନେଗା କରୋଡପତୀ । ବର୍ତ୍ତମାନ ଏହାର ୧୬ ତମ ସିଜିନ୍‌ ଚାଲିଛି। ଏହି ରିଏଲିଟି ଶୋକୁ ପ୍ରତ୍ୟେକ ପିଢିର ଲୋକ ପସନ୍ଦ କରନ୍ତି । ଏହି ସିଜିନ୍‌ର ଟେଲିକାଷ୍ଟ ୧୨ ଅଗଷ୍ଟ ୨୦୨୪ରୁ ଆରମ୍ଭ ହୋଇଥିଲା,। ଏହାର ଛୋଟ କ୍ଲିପିଂ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୁଏ । ବର୍ତ୍ତମାନ ଏହି ଶୋର ନୂଆ କୋଟିପତି ମିଲିଯାଇଛି। ତାଙ୍କ ନାମ ଚନ୍ଦ୍ର ପ୍ରକାଶ । ସେ ନିଜର ବୁଦ୍ଧି ସହିତ କୋଟିପତି ହୋଇଥିଲେ ଏବଂ ୭ କୋଟି ପାଇଁ ଥିବା ପ୍ରଶ୍ନ ମଧ୍ୟ ଖେଳିଥିଲେ । ଯେଉଁ କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି। 

ଚନ୍ଦ୍ର ପ୍ରକାଶ ବୟସ କେତେ?

ବର୍ତ୍ତମାନ ଶୋ’ର ପ୍ରଥମ କୋଟିପତି ମିଳିଛି।  ସୋନି ଲିଭ୍ ଏହାର ଏକ ପ୍ରୋମୋ ସେୟାର କରିଛନ୍ତି । ଜାମ୍ମୁ କାଶ୍ମୀରର ବାସିନ୍ଦା ୨୨ ବର୍ଷୀୟ ଚନ୍ଦ୍ର ପ୍ରକାଶ ଏହି କୁଇଜ୍ ସୋ’ରେ ବିପୁଳ ପରିମାଣର ଟଙ୍କା ଜିତିଛନ୍ତି। ହଟ୍‌ ସିଟ୍‌ରେ ଥିବା ଚନ୍ଦ୍ର ପ୍ରକାଶ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୧କୋଟି ଟଙ୍କା ଜିତିବା ଥିଲେ। ଏହା ପରେ ତାଙ୍କ ପାଇଁ ୭ କୋଟି ଟଙ୍କାର ଏକ ଜ୍ୟାକପଟ୍ ପ୍ରଶ୍ନ ମଧ୍ୟ ଖୋଲିଥିଲା।

କେତେ ଟଙ୍କା ଜିତିଲା?

ତେବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିବାରୁ ଚନ୍ଦ୍ର ପ୍ରକାଶ ୭ କୋଟି ଟଙ୍କା ପାଇ ପାରିନଥିଲେ। ତାଙ୍କ ପ୍ରତିଭା ଦେଖି ବିଗ୍ ବି ବହୁତ ପ୍ରଶଂସା କରିବା ସହ ଖୁସି ହୋଇ ଆଲିଙ୍ଗନ କଲେ । ଚନ୍ଦ୍ର ପ୍ରକାଶ ଏକ କୋଟି ପୁରସ୍କାର ରାଶି ସହ ଏକ ଚମତ୍କାର କାର ମଧ୍ୟ ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.