ପୂଜାବିଧି ସମାନ କିନ୍ତୁ ପରମ୍ପରା ଅଲଗା, ସ୍ୱାମୀଙ୍କ ପାଇଁ ନୁହେଁ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ୍ତି କିନ୍ନର

Published By : Prameya-News7 Bureau | June 06, 2024 IST

ଭଦ୍ରକ ୬।୬: ସାବିତ୍ରୀ ବ୍ରତ ସ୍ୱାମୀଙ୍କ ପାଇଁ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସଧବା ପାଳନ୍ତି ଏହି ବ୍ରତ । କିନ୍ତୁ ଏଠି ପରମ୍ପରା ଓ ସଂସ୍କୃତି ସମ୍ପୂର୍ଣ୍ଣ ନିଆରା । ଏଠି ମା’ ସାବିତ୍ରୀଙ୍କ ସହ ମୂର୍ଗୀମାତାଙ୍କର ପୂଜା ହେଉଛି । କିନ୍ତୁ ସ୍ୱାମୀଙ୍କ ପାଇଁ ନୁହେଁ ଗୁରୁଙ୍କ ପାଇଁ । ପୂଜାବିଧି ସମାନ କିନ୍ତୁ ପରମ୍ପରା ଅଲଗା । ମଥାରେ ସିନ୍ଦୁର, ପାଦରେ ଅଳତା ଓ ହାତରେ ବ୍ରତ କେବଳ ଗୁରୁଙ୍କ ନାଁରେ ପିନ୍ଧିଛନ୍ତି କିନ୍ନର । ଗୁରୁଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି । ଭଦ୍ରକ ଚରମ୍ପାରେ ନବ ଜୀବନ କିନ୍ନର ସଂଘର କିନ୍ନରମାନେ ପାଳିଛନ୍ତି ଏଭଳି ନିଆରା ସାବିତ୍ରୀ ବ୍ରତ । 

କିନ୍ନରଙ୍କ ଶିଷ୍ୟମାନେ ଏକାଠି ହୋଇ ଗୁରୁଙ୍କ ପାଇଁ ବ୍ରତ ରଖନ୍ତି । ନିର୍ଜଳା ଉପବାସ ରଖି ନୂଆ ଲୁଗା ପିନ୍ଧି ପୂଜାରେ ବସନ୍ତି । ଫଳମୂଳ, ନୂଆ ଲୁଗା, ଶଙ୍ଖା, ସିନ୍ଦୁର ଓ ଅଳତା ମା’ଙ୍କ ନିକଟରେ ଅର୍ପଣ କରନ୍ତି । ମା’ ସାବିତ୍ରୀଙ୍କ ପୂଜାହୋମ ପରେ ସମସ୍ତେ ଏକାଠି ହୁଳହୁଳି ଦେଇ ଗୁରୁଙ୍କ ପାଦ ଧୋଇ ବନ୍ଦାପନା କରନ୍ତି । ଗୁରୁ, ଶିଷ୍ୟମାନଙ୍କୁ ନୂଆ ଲୁଗା ପିନ୍ଧାଇବା ସହ ମଥାରେ ସିନ୍ଦୁର ପିନ୍ଧାଇଥାନ୍ତି । ଗୁରୁଙ୍କ ପାଦୁକା ପାଇବା ପରେ ବ୍ରତ ସଫଳ ହୁଏ ବୋଲି କିନ୍ନରଙ୍କ ବିଶ୍ୱାସ ରହିଛି । 

ଗୁରୁଙ୍କୁ ହିଁ ତାଙ୍କ ପରିବାର ମାନନ୍ତି କିନ୍ନର । ସାବିତ୍ରୀ ବ୍ରତକୁ ଗୁରୁଶିଷ୍ୟ ପରମ୍ପରା ମନେକରନ୍ତି । ତେଣୁ ତାଙ୍କ ମଙ୍ଗଳ କାମନା କରି ପାଳନ୍ତି ଏହି ବ୍ରତ ।

You Can Read :

ଭଦ୍ରକ ସାବିତ୍ରୀଆଡିରେ ପୂଜା ପାଉଛନ୍ତି ମା’ ସାବିତ୍ରୀଙ୍କ ପ୍ରସ୍ତର ମୂର୍ତ୍ତି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.