ମୁମ୍ୱାଇ : ବଲିଉଡର ଲୋକପ୍ରିୟ ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ , ଆଜି ଦେଶରେ ନୁହେଁ ବିଦେଶରେ ମଧ୍ୟ ନିଜର ଦମଦାର ଭଏସ ପାଇଁ ଖୁବ୍ ଜଣାଶୁଣା। ଅଭିଜିତଙ୍କ ଗୀତ ଅନେକ ଷ୍ଟାରଙ୍କୁ ହିଟ୍ କରିଛି ଏବଂ ତାଙ୍କୁ ଇଣ୍ଡଷ୍ଟ୍ରୀରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଅଭିଜିତ ନିଜର ଗୀତ ସହ ନିଜର ସ୍ପଷ୍ଟ କଥାବାର୍ତ୍ତା ପାଇଁ ମଧ୍ୟ ଜଣାଶୁଣା। ଏହି ସିଙ୍ଗରଙ୍କୁ ପ୍ରତି ପ୍ରସଙ୍ଗରେ ଖୋଲାଖୋଲି କହିବାର ଦେଖିବାକୁ ମିଳେ। ଏହି ମଧ୍ୟରେ ଅଭିଜିତ ନିଜର ସଦ୍ୟ ସାକ୍ଷାତକାରରେ ସିଙ୍ଗର କେକେ (କୃଷ୍ଣକୁମାର କୁନ୍ନାଥ) ଙ୍କ ମୃତ୍ୟୁକୁ ନେଇ କହି ଥିଲେ।
ଅଭିଜିତ ଭଟ୍ଟାଚାର୍ଯ୍ୟ ନିକଟରେ ରେଡ୍ ଏଫଏମ୍ ପଡକାଷ୍ଟକୁ ନିଜର ଇଣ୍ଟରଭ୍ୟୁ ଦେଇଥିଲେ। ଏହି ସମୟରେ ଅଭିଜିତ ନିଜର ସିଙ୍ଗିଙ୍ଗ୍ କ୍ୟାରିୟର ଉପରେ ଖୋଲାଖୋଲି କଥାବାର୍ତ୍ତା କରି ବଲିଉଡ୍ର ଅନେକ ରହସ୍ୟ ଖୋଲି ଥିଲେ। ଏଥିରେ ଯେତେବେଳେ ଅଭିଜିତଙ୍କ ଠାରୁ ତାଙ୍କର ନିକଟତମ ବନ୍ଧୁ ସିଙ୍ଗର କେକେଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରାଯାଇ ଥିଲା , ତ ସେ ଯାହା କହିଲେ ତାଙ୍କୁ ଶୁଣି ଆପଣ ମଧ୍ୟ ଭାବନାରେ ପଡ଼ିଥିଲେ। ଅଭିଜିତ କହିଥିଲେ, କେକେ ବହୁତ ୱାନ ଟୁ ୱାନ ପର୍ସନ ଥିଲେ। ସେ ଖୁବ୍ ରିଜର୍ଭ ଥିଲେ। ସେ ଖୁବ୍ଶୀଘ୍ର କାହା ସହ ମିଶୁ ନଥିଲେ।
ଅଭିଜିତ୍ ଆହୁରି କହିଥିଲେ , ଯେବେ ଭେଟ ହେଉଥିଲା ତ ଆମେ ବହୁତ କଥା ହେଉଥିଲୁ। ସେହି ସମୟରେ ଆମେ ଖୁବ୍ ମିଳାମିଶା କରୁଥିଲୁ। ଆମେ ପ୍ରାୟତଃ ଫ୍ଲାଇଟ୍ରେ ବି ଭେଟ ହେଇ ଯାଉ ଥିଲୁ। ମୋର କାଶ ସମସ୍ୟା ଥିଲା, ସେ ମୋତେ ନିଜର ଡାକ୍ତର କହୁଥିଲେ। ମୁଁ ଚିକିତ୍ସା କରାଇ ଠିକ୍ ହୋଇ ଗଲି। କିନ୍ତୁ କେକେଙ୍କ ସହ ବହୁତ ବଡ଼ ଧୋକା ହୋଇଛି। କେକେଙ୍କ କାରଣରୁ ଯେଉଁ ଲୋକଙ୍କର ସଙ୍ଗୀତ ଲୋକପ୍ରିୟ ହୋଇଥିଲା, ସେମାନେ ଭିତରେ ଭିତରେ ଅଣନିଃଶ୍ୱାସୀ ହୋଇ ଯାଉ ଥିଲେ। ସେ ଏମିତି ମ୍ୟୁଜିକ ଡାଇରେକ୍ଟର ଥିଲେ , ସେ କଥା ହୋଇ ପାରୁ ନଥିଲେ , ଗାଇ ପାରୁ ନଥିଲେ। କେକେଙ୍କୁ ଛାଡ଼ି ସେ ପଡୋଶୀରୁ ଆମଦାନୀ କରିବା ଆରମ୍ଭ କଲେ, ଯେବେ ପାକସ୍ତାନୀଙ୍କୁ ବ୍ୟାନ୍ କରିଦିଆ ଗଲା ତ ୟେ... ଦୁବାଇ ଯାଇ ରେକର୍ଡିଂ କରି ଆସୁ ଥିଲେ।
ଅଭିଜିତ ନିଜ କଥାକୁ ଆଗକୁ ବଢାଇ କହି ଥିଲେ , ମୋତେ କୁହନ୍ତି ଆମେ କେତେ ଲୋକଙ୍କୁ ଦେଶଦ୍ରୋହୀ କହିବୁ। ସେହି ସମୟରେ ବି ବିପଜ୍ଜନକ ଆଟାକ୍ ପରେ ଆଟାକ୍ ହେଉଥିଲା। କେକେ ଏହିସବୁ ଜିନିଷର ବହୁତ ଦୁଃଖୀ ଥିଲେ। ଖୁବ୍ ଦୁଃଖ କରୁ ଥିଲେ। ମୋତେ ଜଣା। ଏମିତି କାହାକୁ ହାର୍ଟ ଆଟାକ୍ ହୋଇ ନଥାଏ। ଯେଉଁ ଗୀତ କେକେ ଗାଇଛନ୍ତି, ତାହା ବୋଧହୁଏ ମୁଁ ବି ଗାଇ ପାରି ଥାନ୍ତି। ଏହି ଲୋକେ ନିଜର ମାଆ ବାପା ନିଜର ପରିବାରକୁ ଧୋକା ଦେଇ ପାରନ୍ତି। ଏତେ ବିଶ୍ୱାସଘାତକ ଏ ଲୋକ। ହେଲେ ଏହି ପୂରା ଆଲୋଚନାରେ ଅଭିଜିତ କୌଣସି ମ୍ୟୁଜିକ୍ ଡାଇରେକ୍ଟରଙ୍କ ନାଁ ନେଇ ନାହାନ୍ତି।