ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ, ବାଲ୍ୟ ବିବାହ ନିବାରଣ ପାଇଁ କରାଯିବ ସଚେତନ

NEWS7
kl-rahul-and-porel-dominate-on-lucknow-delhi-win-by-8-wickets-

ଭୁବନେଶ୍ୱର ୧୩।୧୨ : ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୧ଟି ଜନ ଜାତୀୟ ମାତୃଭାଷାରେ ପାଠ ପଢିବେ ଅଙ୍ଗନଓ୍ୱାଡି ପିଲା। ଏହାସହ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟବ୍ୟାପୀ ୧୦୦ ଦିନିଆ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ସେହିପରି କିଶୋରୀମାନଙ୍କର ଗର୍ଭ ଧାରଣ ରୋକିବା ପାଇଁ ସଚେତନତା ପଦକ୍ଷେପ ନିଆଯାଇଛି। ବରପାଲି ବରଗଡ଼ ଜିଲ୍ଲାରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଓ ବୌଦ୍ଧ, କନ୍ଧମାଳରେ ଷ୍ଟାପ କ୍ୱାଟର ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା NEP ୨୦ ଆଧାରରେ ଅଙ୍ଗନଓ୍ୱାଡି କେନ୍ଦ୍ରରେ ନିଜସ୍ୱ ଭାଷାରେ ପଢ଼ାଇବା ଆରମ୍ବ ହୋଇଛି ଯେଉଁ ଜନ ଜାତି ଭାଷା ଅଙ୍ଗନଓ୍ୱାଡିରେ ପଢା ଯାଉନଥିଲା ତାହା ଆରମ୍ବ ହୋଇଛି | ବାଲ୍ୟ ବିବାହ ନିଷେଧ ଓଡ଼ିଶା ଗଢିବା ପାଇଁ ୧୦୦ ଦିନିଆ କ୍ୟାମ୍ପେନ ଲଞ୍ଚ ହୋଇଛି | ମୟୁରଭଞ୍ଜ ଓ ମାଲକାନଗିରିକୁ ଦୁଇ ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି | ସ୍କୁଲ ଶିକ୍ଷକ, SHG, ଅଙ୍ଗନବାଡି ଙ୍କ ସହାୟତା ରେ କଡା କଡ଼ି ହେବ ବାଲ୍ୟ ବିବାହ ।