ଦୁଃସ୍ଵପ୍ନ ପାଲଟିଲା ୨୦୨୪, ଜାଣନ୍ତୁ ୨୦୨୫ କେମିତି ହୋଇପାରେ କୋହଲିଙ୍କ କ୍ୟାରିୟରର ଶ୍ରେଷ୍ଠ ବର୍ଷ ?

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ବିରାଟ କୋହଲି  ୧୯୮୮ ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ଆଜି ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଏହି ତାରକା ବ୍ୟାଟର। ନିଜର ଦେଢ ଦଶନ୍ଧିରୁ ଅଧିକ ସମୟ କ୍ୟାରିୟରରେ କୋହଲି ୨୭ ହଜାରରୁ ଅଧିକ ରନ କରିବା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୯ ଶତକ ହାସଲ କରି ସାରିଛନ୍ତି। ମାତ୍ର ୨୦୨୪ତାଙ୍କ କ୍ୟାରିୟରରେ ଏମିତି ଦାଗ ଲଗାଇଛି ଯାହାକୁ ସେ ମନେ ରଖିବାକୁ ଚାହିଁବେ ନାହିଁ। ଚଳିତ ବର୍ଷ କୋହଲି ତିନି ଫର୍ମାଟ୍‌କୁ ମିଶାଇ ୫୦୦ ରନ ବି କରି ପାରି ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି କଣ ୨୦୨୫ରେ କୋହଲି ନୂତନ ଭାବେ ଆରମ୍ଭ କରିବେ କି ? କେମିତି ସେ ୨୦୨୫କୁ ନିଜ ପାଇଁ ସ୍ମରଣୀୟ କରି ପାରିବେ। 

ଚାମ୍ପିଅନ୍ସ ଟ୍ରଫିରେ କୋହଲିଙ୍କ ରେକର୍ଡ ଚମତ୍କାର

ଏ ପର୍ଯ୍ୟନ୍ତ ଭାରତ ସରକାର ଭାରତୀୟ ଦଳର ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଯଦି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରେ ତେବେ ସଭିଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିଛି। କାରଣ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ କୋହଲିଙ୍କ ବ୍ୟାଟିଂ ହାର ୮୮.୧୬ ରହିଛି। ୧୩ଟି ମ୍ୟାଚ୍ ଖେଳି ୫୨୯ ରନ କରିଛନ୍ତି। କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟରେ ଖୁବ୍ ରନ କରିବା ପସନ୍ଦ କରିଥାନ୍ତି। ଏଥିପାଇଁ ଆଶା କରାଯାଉଛି ଚାମ୍ପିଅନ୍ସ ଟ୍ରଫିରେ କୋହଲି ଖୁବ୍ ରନ କରି ୨୦୨୫କୁ ନିଜ ପାଇଁ ସ୍ମରଣୀୟ କରିବାକୁ ଚେଷ୍ଟା କରିବେ।

୨୦୨୫ର ଆରମ୍ଭ ଏମିତି ହେବ ?

ଭାରତୀୟ ଦଳ ୨୦୨୫ରେ ନିଜର ଅଭିଯାନର ଆରମ୍ଭ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ କରିବ। ଇଂଲଣ୍ଡ ଭାରତ ଗସ୍ତରେ ଆସି ୫ ଟି-୨୦, ୩ ଦିନିକିଆ ଓ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ତିନି ଫର୍ମାଟ୍‌ରେ ଇଂଲଣ୍ଡ ବିପକ୍ଷରେ କୋହଲି ଖୁବ୍ ରନ କରିଛନ୍ତି। ଟି-୨୦ରୁ ଅବସର ନେଇ ସାରିଥିବା କୋହଲିଙ୍କ ଇଂଲଣ୍ଡ ବିପକ୍ଷରେ ଦିନିକିଆରେ ୧୩୦୦ରୁ ଅଧିକ ରନ କରି ସାରିଛନ୍ତି। ଏହା ବ୍ୟତୀତ ଟେଷ୍ଟରେ ସେ ଇଂଲଣ୍ଡ ବିପକ୍ଷରେ ୨  ହଜାର ରନ ପୂରଣ କରିବାକୁ ଯାଉଛନ୍ତି। ଏମିତିରେ ଆଶା  କରାଯାଉଛି, ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ କୋହଲି ପୁନର୍ବାର ଫର୍ମକୁ ଫେରିବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.