ଫେବ୍ରୁଆରୀ ୧୭ ତାରିଖ, ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | February 17, 2025 IST

ମେଷ- ଦିନରେ ମଧ୍ୟମ ଫଳ ପ୍ରାପ୍ତ କରିବେ। ମନରେ ବିଶାଦ ଭାବ ସୃଷ୍ଟି ହେବ। ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିବେ। ସତସଙ୍ଗରେ ମନୋନିବେଶ କରିବେ ।

ବୃଷ- ଅଯଥା ବ୍ୟୟ ହେବା ସହିତ କିଛି ଦ୍ରବ୍ୟ ମଧ୍ୟ କ୍ରୟ କରିବେ। ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଉପୁଜିପାରେ। ଆତ୍ମବିଶ୍ୱାସର ଅଭାବ ହେବ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ ।

ମିଥୁନ- ସର୍ବ କାର୍ଯ୍ୟ ସିଦ୍ଧି ହେବା ସହ ମନ ପ୍ରଫୁଲ୍ଲ ରହିବ। କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ, ଯାହା ଫଳରେ ମନ ଉତ୍ସାହିତ ରହିବ। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି ।

କର୍କଟ- କିଛି ଦୁଃସାହସିକ ପଦକ୍ଷେପ ନେଇପାରନ୍ତି। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ। ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ- ଅର୍ଥ ବିଷୟକୁ ଚିନ୍ତାରେ ରହିବେ। ମାନସିକ ଅଶାନ୍ତି ଦେଖାଦେଇପାରେ। ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀମାନେ ସାମାନ୍ୟ ଆମାନଯୋଗୀ ହେବେ ।

କନ୍ୟା- ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କର୍ମ ଫଳର ପ୍ରାପ୍ତି ହେବ। ସୁଖ ସମ୍ମାନ ଲାଭର ଯୋଗ ରହିଛି । ପିତାମାତାଙ୍କଠାରୁ ଆଶୀର୍ବାଦ ପାଇବେ। ଚାକିରିରେ ଭ୍ରମଣର ସୁଯୋଗ ରହିଛି। କିଛି ନୂତନ ଦ୍ରବ୍ୟ ଲାଭ କରି ଖୁସି ଅନୁଭବ କରିବେ ।

ତୁଳା- ଅର୍ଥ ବ୍ୟୟର ଯୋଗ ରହିଛି। ଯଶ ହାନି ମଧ୍ୟ ହୋଇପାରେ। ପରିବାର ଓ କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ । କିନ୍ତୁ ଜୀବନ ସାଥୀଙ୍କ ସହଯୋଗ ମିଳିବ । ବନ୍ଧୁ ମିଳନ ର ଯୋଗ ରହିଛି । ବ୍ୟବସାୟ ରେ ଏତେ ଭଲ ଫଳ ପ୍ରାପ୍ତ ହେବ ନାହିଁ ।

ବିଛା- କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଅର୍ଥ ବ୍ୟୟ ମଧ୍ୟ ହେବ। ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ। କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ ।

ଧନୁ- ମାନ ହାନି ହେବାର ସମ୍ଭାବନା ରହିଛି। ମନ ସାମାନ୍ୟ ଅଶାନ୍ତ ରହିବ। ନିରାଶା ଏବଂ ଅସନ୍ତୋଷ ମନରେ ରହିବ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।  ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ।

ମକର- ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

କୁମ୍ଭ- କାର୍ଯ୍ୟରେ ହାନି ଘଟିବ। ଅର୍ଥବ୍ୟୟର ଯୋଗ ରହିଛି। ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ମନ ଅସ୍ଥିର ରହିବ। ପରିବାରରେ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ। ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ବାଧା ଆସିପାରେ। ଆୟ ହ୍ରାସ ହେବ ।

ମୀନ- କର୍ମ ଫଳ ପ୍ରାପ୍ତ ହେବ। ନୂଆ ଚାକିରି ହାତ ପାହାନ୍ତରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ତାହା ଫଳପ୍ରଦ ହେବ। ଶିକ୍ଷା କ୍ଷେତ୍ରରେ ମାନସିକ ବିକାଶ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.