କାର୍ଯ୍ୟାଳୟରେ ମହିଳାଙ୍କୁ ହାତୁଡିରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 15, 2024 IST

କଣାସ ୧୫।୫: ମହିଳା କମ୍ପ୍ୟୁଟର କର୍ମଚାରୀଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ ପିପିଲି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ମହିଳା ଜଣଙ୍କ ଓଡିଶା କୃଷି ଶିଳ୍ପ ନିଗମ ପିପିଲି କାର୍ଯ୍ୟାଳୟରେ କମ୍ପ୍ୟୁଟର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । 

ସୂଚନାଯୋଗ୍ୟ ଯେ, ବୁଧବାର ମଧ୍ୟାହ୍ନ ସମୟରେ ଆକାଉଣ୍ଟାଣ୍ଟ ଓ ମହିଳା କାର୍ଯ୍ୟାଳୟରେ ଥିବା ବେଳେ ଅଫିସର ଅନ୍ୟ କର୍ମଚାରୀ ମାନେ ଖାଇବା ପାଇଁ ଯାଇଥିଲେ । ମହିଳାଙ୍କ ମୁଣ୍ଡକୁ ହାତୁଡିରେ ଆକ୍ରମଣ କରାଯାଇ ଘର ବାହାର ପଟୁ ଦିଆଯାଇଥିଲା । ଘଟଣାସ୍ଥଳରେ କୌଣସି ସୂତ୍ରରୁ ମହିଳାଙ୍କ ସ୍ବାମୀ ପହଞ୍ଚିବା ପରେ ଅଫିସ ପିଅନ ସହାୟତାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆକାଉଣ୍ଟାଣ୍ଟଙ୍କ ଅନୁପସ୍ଥିତି ଘଟଣାରେ ସମ୍ପୃକ୍ତି ଥିବା ଅନୁମାନ କରାଯାଉଥିବା ଜଣାପଡିଛି । ବର୍ତ୍ତମାନ ଘଟଣାସ୍ଥଳରୁ ଆକାଉଣ୍ଟାଣ୍ଟ ଫେରାର ରହିଛନ୍ତି ।

You Can Read :

ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଅଚ୍ଛେ ଦିନ କୁଆଡେ ଗଲା ବୋଲି ବିରୋଧୀଙ୍କୁ ପ୍ରଶ୍ନ କଲେ ନବୀନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.