ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ -୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ । ମେ’ ୨୫ ତାରିଖରେ ଫାଇନାଲ୍ ମୁକାବିଲା ଖେଳାଯିବ । ପ୍ରଥମ ମ୍ୟାଚ୍ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚ୍ ଇଡେନ ଗାର୍ଡେନରେ ଖେଳାଯିବ । ଆଇପିଏଲ-୨୦୨୫ରେ ୧୦ଟି ଟିମ୍ ମଧ୍ୟରେ ମୋଟ୍ ୭୪ଟି ମୁକାବିଲା ଖେଳାଯିବ । ଚଳିତ ସିଜିନକୁ ନେଇ କ୍ରିକେଟ୍ ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି ।
ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ ପ୍ରଥମ ସଂସ୍କରଣ ୨୦୦୮ ମହିସାରେ ଆୟୋଜନ ହୋଇଥିଲା । ଭାରତକୁ ବିଦେଶ ପଳାୟନ କରିଥିବା ଲଳିତ୍ ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା । ସେ ଆଇପିଏଲର ପୂର୍ବଚନ ଚେୟାର ମ୍ୟାନ୍ ମଧ୍ୟ ଥିଲେ । ବର୍ତ୍ତମାନ ସମୟ ଲଳିତ ମୋଦି ଭାନୁଆତୁ ଦେଶରେ ଆଶ୍ରୟ ନେଇଛନ୍ତି । ହେଲେ ଭାନୁଆତି ପ୍ରଧାନମନ୍ତ୍ରୀ ଲଲିତ୍ ମୋଦିଙ୍କ ପାସପୋର୍ଟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଭାରତରେ ତାଙ୍କର ଚର୍ଚ୍ଚା ଯେତିକି ନୁହେଁ, ଆଇପିଏଲ୍ ଆରମ୍ଭ ହେଉଥିବାରୁ ଚର୍ଚ୍ଚା ଜୋର୍ ହେଉଛି । କାରଣ ଇଣ୍ଡିଆନ ପ୍ରିମିୟର ଲିଗର ଜନକ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି ।
୨୦୦୭ରେ ଭାରତୀୟ ଦଳ ଟି-୨୦ ବିଶ୍ବକପ୍ ଜିତିବା ପରେ ଫଟାଫଟ୍ କ୍ରିକେଟର ଲୋକପ୍ରିୟତା ଚରମରେ ରହିଥିଲା। ଏହି ସମୟରେ ଲଳିତ୍ ମୋଦି ଇଣ୍ଡିଆନ୍ ପ୍ରିମୟର ଲିଗ୍ ଲଞ୍ଚ କରିବା ପ୍ରସ୍ତୁତିରେ ଲାଗିପଡ଼ିଥିଲେ । ଲଳିତ୍ ମୋଦି ବିସିସିଆଇ ସାମ୍ନାରେ ଏହାର ନକ୍ସା ରଖିଥିଲେ ଏବଂ ନିଜ ଦକ୍ଷତାରେ ଆଇପିଏଲକୁ ଲଞ୍ଚ୍ କରିଥିଲେ । ହେଲେ ଆଇପିଏଲର ଘୋଷଣା ହେବା ପୂର୍ବରୁ ବିସିସିଆଇରେ ଥିବା ଲଲିତଙ୍କ ବିରୋଧୀ ଗୋଷ୍ଠୀ ପ୍ରୋଜେକ୍ଟକୁ ଫେଲ୍ କରିବା ପାଇଁ ଲାଗିପଡ଼ିଥିଲେ । ମାତ୍ର ସେ ନିଜ ବୁଦ୍ଧି ଏବଂ ଦକ୍ଷତା ବଳରେ ଫ୍ରାଞ୍ଚାଇଜମାନଙ୍କୁ ମନାଇ ଆଇପିଏଲକୁ ଆରମ୍ଭ କରିଥିଲେ । ବହୁ ବିରୋଧ ସତ୍ତ୍ବେ ତାଙ୍କ ନେତୃତ୍ବରେ ୨୦୦୮ ଓ ୨୦୦୯ର ଆଇପିଏଲ୍ ସିଜିନ୍ ଜବରଦସ୍ତ ହୋଇଥିଲା । ମାତ୍ର ୨୦୧୦ ସିଜିନରେ ଆଇପିଏଲରେ କିଛି ପରିବର୍ତ୍ତନ ହୋଇଥିଲା । ଦୁଇଟି ନୂଆ ଟିମ୍ ପୁଣେ ଏବଂ କୋଚିକୁ ଏଥିରେ ସାମିଲ୍ କରାଯାଇଥିଲା । ହେଲେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତା ଦେଖିବାକୁ ମିଳିଥିଲା । ଏହା ପରେ ବିବାଦ ଆରମ୍ଭ ହୋଇଥିଲା । ଆଇପିଏଲକୁ କୋଟି କୋଟି ଟଙ୍କା ହେରଫେର କରି ବିଦେଶ ପଳାୟନ କରିଥିଲେ ଲଳିତ୍ ମୋଦି ।...