କେହି ଦଖଲ କରି ପାରିବେନି ଆଦିବାସୀ ଜମି, ଡ଼ିସେମ୍ବର ୩୦ ସୁଦ୍ଧା ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ଦିଆଯିବ ଜମି ପଟ୍ଟା

Published By : Prameya-News7 Bureau | December 05, 2024 IST

ଭୁବନେଶ୍ବର ୫।୧୨: କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି । ବିଧାନସଭା ପ୍ରଶ୍ନକାଳରେ ଏଭଳି ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତର ନିୟମ ରହିଛି । ଏପରି ୬୫୪ ମାମଲା ବିଚାରାଧୀନ ଅଛି । 

ସେହିଭଳି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏପରି ୮୮୧ ମାମଲା ବିଚାରାଧୀନ ଅଛି । ସେହିପରି ଯଦି ଚଞ୍ଚକତା କରି ଆଦିବାସୀ ଜମି ନିଆଯାଇଥାଏ, ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲାପାଳଙ୍କୁ ଦିଆଯାଇଛି । ଯଦି ବିଚାର ନ ହୁଏ, ଉପ ଜିଲ୍ଲାପାଳ ଏହାକୁ ଅସିଦ୍ଧ ଘୋଷଣା କରିପାରବେ । ଏହିପରି ୧୨୨୭୯ ମାମଲା ବିଚାରାଧୀନ ଥିବା ଗୃହରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । 

ସେପଟେ ଡ଼ିସେମ୍ବର ୩୦ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରାଥମିକ ସ୍କୁଲରୁ ବିଶ୍ଵବିଦ୍ୟାଳୟ ଯାଏଁ ସମସ୍ତଙ୍କୁ ନିଜସ୍ୱ ଜମି ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।

You Can Read:

ଲିମ୍ବ ଗଛରୁ ବୋହିଲା କ୍ଷୀର, ଲୋକେ କହିଲେ ଅଲୌକିକ ଘଟଣା!

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.