ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ

Published By : Prameya-News7 Bureau | July 21, 2024 IST

ଜୟପୁର ୨୧: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ନିଜ ଗାଁ ପାତ୍ରପୁଟରେ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନ ହେଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ମରଶରୀର । ମୁଖାଗ୍ନି ଦେଲେ ସାନ ପୁଅ ଟଙ୍କଧର ପୂଜାରୀ । କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ସାମିଲ ହୋଇଥିଲେ । ଶହ ଶହ ପ୍ରଶଂସକ ଓ ଶୁଭେଚ୍ଛୁ ମଧ୍ୟ ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ । କମଳା ପୂଜାରୀ ଅମର ରହେ ଧ୍ବନିରେ ପ୍ରକମ୍ପିତ ହେଉଥିଲା ପରିବେଶ । ନିଜ ଗାଁ ପାତ୍ରପୁଟ ଶ୍ମଶାନରେ ଜଳିଲା ପ୍ରାର୍ଥିବ ଶରୀର । ଜିଲ୍ଲା ପ୍ରଶାସନ ତରଫରୁ ଦିଆଗଲା ଗାର୍ଡ ଅଫ୍ ଅନର ।

ଶନିବାର ରାତି ୧୨ଟାରେ ତାଙ୍କ ମରଶରୀର ଜୟପୁରରେ ଆସି ପହଞ୍ଚିଥିଲା । ପ୍ରାର୍ଥିବ ଶରୀରକୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିଲା । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ମରଶରୀରକୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ପାତ୍ରପୁଟ ନିଆଯାଇଥିଲା । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

You Can Read:

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବିଜୁ ପଟ୍ଟନାୟକଙ୍କ କ୍ରୀଡା ପୁରସ୍କାର ନାଁ ବଦଳିବନି...

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.