ବସଷ୍ଟାଣ୍ଡ ନିର୍ମାଣ ଦାବି ନେଇ ବିଶାଳ ଜନ ଆନ୍ଦୋଳନ, ପ୍ରଶାସନ ଅବହେଳାରୁ ନିର୍ମାଣ ହୋଇ ପାରୁନଥିବା ଅଭିଯୋଗ

Published By : Prameya-News7 Bureau | November 19, 2024 IST

ସୁବର୍ଣ୍ଣପୁର ୧୯।୧୧: ବସଷ୍ଟାଣ୍ଡ ନିର୍ମାଣ ଦାବି ନେଇ ବିଶାଳ ଜନ ଆନ୍ଦୋଳନ । ଦୀର୍ଘ ଦିନ ପରେ ମଧ୍ୟ ସହରରେ ବସଷ୍ଟାଣ୍ଡ ନଥିବାରୁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ପୂର୍ବ ସରକାର ସମୟରେ ତିନି ଥର ଭିତ୍ତପ୍ରସ୍ତର ସ୍ଥାପନ ହୋଇଥିଲେ ହେଁ ବସଷ୍ଟାଣ୍ଡ ନିର୍ମାଣ ହୋଇପାରିଲା ନାହିଁ । ତେବେ ବର୍ତ୍ତମାନ ଓଏସଆରଟିସିକୁ ଜମି ହସ୍ତାନ୍ତର ସରି ଯାଇଥିଲେ ହେଁ ପ୍ରଶାସନର ଅବହେଳାରୁ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏନେଇ ଆଗରୁ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିବା ବେଳେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଜିଲ୍ଲାପାଳ ସ୍ମାରକ ପତ୍ର ନେଇ ନ ଆସିବାରୁ ଜୋର୍ ଜବରଦସ୍ତ ଫାଟକ ଠେଲି ଭିତରକୁ ଧସେଇ ପଶିଥିଲେ । ଭିତର ଫାଟକ ଆଗରେ ଦୀର୍ଘ ସମୟ ଧରି ହୋହଲ୍ଲା କରିଛନ୍ତି ଆନ୍ଦୋଳନକାରୀ । ପରେ ଜିଲ୍ଲାପାଳ ଓ ସ୍ଥାନୀୟ ସାଂସଦ ଆସି ଦାବି ପତ୍ର ଗ୍ରହଣ କରିଥିଲେ ।

You Can Read:

ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିରେ ଚାଷୀଙ୍କୁ ଉପେକ୍ଷା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ହଙ୍ଗାମା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.