କଳାହାଣ୍ଡି ୨୧।୪: କଳାହାଣ୍ଡି ଭବାନୀପାଟଣା ସହରରେ ଦିନ ଦ୍ବିପ୍ରହରରେ ଡକାୟତି ଉଦ୍ୟମ l ଲଙ୍କାଗୁଣ୍ଡ ସହିତ ବୋମା ପକାଇ ଟଙ୍କା ବ୍ୟାଗ୍ ଝାମ୍ପି ନେବାକୁ ଉଦ୍ୟମ l ଲୋକେ ଜଣେ ଡକାୟତକୁ କାବୁ କରିଥିବା ବେଳେ ଦୁଇ ଡକାୟତ ଫେରାର ହୋଇଯାଇଥିବା ସୂଚନା ମିଳିଛି l
ସୂଚନାଯୋଗ୍ୟ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁର ଗ୍ରାମର ନରେଶ ସାହୁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ l ଭବାନୀପାଟଣା ମହାବୀରପଡା ନିକଟରେ ଗୋଟିଏ ଦୋକାନରେ ଥଣ୍ଡା ପିଇବା ପାଇଁ ଅଟକି ଥିବାବେଳେ ତିନି ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ରେ ଆସି ତାଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗିବା ସହିତ ଗୋଟିଏ ବୋମା ଫିଙ୍ଗି ଦେଇଥିଲେ । ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍କୁ ଝାମ୍ପିବା ପାଇଁ ଚେଷ୍ଟା କରିଥିବା ବେଳେ ନରେଶ ସାହୁ ଦୋକାନ ଭିତରେ ଲୁଚି ଯାଇଥିଲେ l ବୋମ ଫୁଟିବ ଶବ୍ଦ ଶୁଣି ଲୋକେ ଜମା ହୋଇଯିବା ଫଳରେ ଦୁର୍ବୃତ୍ତ ମାନେ ସେଠାରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣେ ଡକାୟତକୁ ଲୋକେ କାବୁ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଥିବା ପୋଲିସ ସୂଚନା ଦେଇଛି l
You Can Read:
ଟ୍ୟୁସନ୍ରୁ ଫେରୁଥିଲେ ଛାତ୍ର, ଚଢ଼ିଗଲା ମାଲବାହୀ ଟ୍ରକ୍ : ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକ