ଆଠଗଡ଼ ୧୨।୦୨ : ମନ୍ଦିରରୁ ବଡ଼ଧରଣର ଲୁଟ୍ । କଟକ ନରସିଂହପୁର ବ୍ଲକ କାନପୁର ଥାନା ବାଲିଝରୀ ବସ୍ଷ୍ଟାଣ୍ଡ ନିକଟରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିରର ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା ।
ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ମନ୍ଦିରର ପୂଜକ ତାଲା ଖୋଲି ମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିରର ମୁଖ୍ୟ ଗେଟ୍ ଖୋଲି ଦେଖିବା ପରେ ପୂଜକ ଦେଖିଥିଲେ କି ମନ୍ଦିରର କବାଟ ଭାଙ୍ଗି ମାଙ୍କ ଅଳଙ୍କାର ଚୋରି ହୋଇଛି । ଲୁଟେରାମାନେ ମା ଦକ୍ଷିଣକାଳୀଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରିଥିବାର ଅନୁମାନ କରାଯାଉଛି । ଯେଉଁଥିରେ ଅନେକ ମୂଲ୍ୟବାନ ସାମଗ୍ରୀ ରହିଛି । ଏହାସହିତ କିଛି ନଗଦ ଟଙ୍କ ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି । ତେବେ ଏତେ ବଡ଼ଧରଣର ଲୁଟ୍ ପରେ ମନ୍ଦିର ପକ୍ଷରୁ ତୁରନ୍ତ କାନପୁର ପୋଲିସକୁ ଖବର ଦିଆଯାଇଥିଲା । କାନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ହେଲେ ଏବେ ଯାଏଁ ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍ ପାଇନାହିଁ ପୋଲିସ ।