ଦୂରହେବ ଯଶିପୁରବାସୀଙ୍କ ଦୁର୍ଦ୍ଦଶା, ମନ୍ତ୍ରୀଙ୍କ ତାଗିଦ ପରେ ୪ ମାସରେ ଏନ୍ଏଚ୍ ୪୯ ବାଇପାସ୍ କାମ ସାରିବାକୁ କହିଲା ଠିକାସଂସ୍ଥା

NEWS7
loot-case-kendrapada-aul-police-station-area

କରଞ୍ଜିଆ ୨୧।୧୨: ଦୂରହେବ ଯଶିପୁରବାସୀଙ୍କ ଦୁର୍ଦ୍ଦଶା । କିଛି ମାସ ପରେ କାର୍ଯ୍ୟକ୍ଷମ ହେବ ଯଶିପୁର ବଜାର ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଇପାସ୍ ରୋଡ଼ । ଦୀର୍ଘ ଦିନ ହେବ ମୟୂରଭଞ୍ଜ ଜିଲ୍ଲା ଯଶିପୁରର ମରଣ ଯନ୍ତା ପାଲଟିଥିବା ୪୯ ନମ୍ବର ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି ହୋଇ ରହିଥିବାରୁ ବଜାର ସାରା ଧୂଳିଧୂସର ହେବା ସହ ଏକ ମାସ ମଧ୍ୟରେ ଜାତୀୟ ରାଜପଥର ଅବ୍ୟବସ୍ଥା ଯୋଗୁଁ ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଲାଣି ।

ସେପଟେ ଜାତୀୟ ରାଜପଥର ବାଇପାସ୍ ରୋଡ଼ର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କଲେ ବି ଫଳ ଶୂନ । ଶେଷରେ ଅଭିଯୋଗ ପାଇ ଯଶିପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିଜେ ଜାତୀୟ ରାଜପଥର ବାଇପାସ ରୋଡ଼ର ନିର୍ମାଣ କାର୍ଯ୍ୟ ଚାଲୁଥିବା ସ୍ଥାନରେ ପହଞ୍ଚିଥିଲେ । ରୋଡ଼ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତାଗିଦ କରିଥିଲେ । ମନ୍ତ୍ରୀଙ୍କ ତାଗିଦ ପରେ ଆଗାମୀ ୪ ମାସ ମଧ୍ୟରେ ରାସ୍ତା କାର୍ଯ୍ୟକ୍ଷମ ହେବ ବୋଲି ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।