ମଦ ଦୋକାନ ସଟର ତାଡି ଲୁଟ୍, ମଦ ପେଟି ଭର୍ତ୍ତି ପିକଅପ୍ ଭ୍ୟାନ୍ ସହ ୩ ଗିରଫ

Published By : Prameya-News7 Bureau | July 20, 2024 IST

ଢେଙ୍କାନାଳ ୨୦: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ପାଞ୍ଚକାହାଣିଆ ରାସ୍ତା ନିକଟରେ ଥିବା ଏକ ମଦ ଦୋକାନରୁ ଲୁଟ୍ । ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନରେ ପଶି ମଦ ପେଟି ସହ ନଗଦ ଟଙ୍କା ଲୁଟ୍ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଲୁଟେରା ମାନେ ଏକ ପିକଅପ୍ ଭ୍ୟାନ୍ ଯୋଗେ ଆସି ମଦ ଦୋକାନ ସଟର ତାଡି ଲୁଟ୍ କରିଥିବା ଜଣାପଡିଛି । ଖବର ପାଇ ଲୁଟେରା ମାନଙ୍କୁ ଟାଉନ୍ ଥାନା ପୋଲିସ ପିଛା କରିଥିଲା । ପୋଲିସ ଲୁଟେରାଙ୍କ ପିକଅପ୍ ଭ୍ୟାନ୍‌କୁ କାବୁ କରିବାରେ ସକ୍ଷମ ହୋଇଥିଲା । ପିକଅପ୍‌ ଭ୍ୟାନ୍ ଓ ଡ୍ରାଇଭର ସମେତ ତିନି ଜଣ ଲୁଟେରାଙ୍କୁ କାବୁ କରିଥିଲା । ଲୁଟ୍ ହୋଇଥିବା ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ମଦ ପେଟି ଉଦ୍ଧାର କରିଥିଲା ପୋଲିସ । 

ଏକ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନର ୨ଟି ସଟର ତାଡ଼ିଦେଇଥିଲେ ଲୁଟେରା । ଚୋରମାନେ ପ୍ରଥମେ ସିସିଟିଭି ଭାଙ୍ଗିବା ସହିତ ହାର୍ଡଡିକ୍ସ ନେଇଯାଇଥିଲେ । ପାଖ ଦୋକାନରେ ଶୋଇଥିବା କର୍ମଚାରୀ ଏ ସଂପର୍କରେ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ଏ ଘଟଣା ସମ୍ପର୍କରେ ଟାଉନ ଥାନାରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଲୁଟେରାମାନେ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ପିଛା କରି ସେମାନଙ୍କୁ ଭାପୁର ନିକଟରୁ କାବୁ କରିବା ସହିତ ଚୋରି ସାମଗ୍ରୀ ଜବତ କରିଥିବା  ସୂଚନା ମିଳିଛି ।

You Can Read:

ଅସ୍ଥାୟୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ, ଗାଡି ଚଳାଚଳ ପାଇଁ ସତର୍କତା ମୂଳକ ମାର୍ଗଦର୍ଶିକା ଜାରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.