କାନାକୁଣ୍ଡ ଜଳପ୍ରପାତରେ ଭାସିଗଲେ ଛାତ୍ର, ଏଯାଏଁ ମିଳୁନି ପତ୍ତା

NEWS7
lord-shiva-and-goddess-parvati-nagar-parikrama-at-sambalpur

ସୁନ୍ଦରଗଡ଼ ୧୪।୧୨: ୧୭ ଘଣ୍ଟା ହେଲାଣି ଛାତ୍ରଙ୍କ ପତ୍ତା ମିଳୁନାହିଁ । ସୁନ୍ଦରଗଡ଼ କାନାକୁଣ୍ଡ ଜଳପ୍ରପାତରେ ନିଖୋଜ ଛାତ୍ର ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କାନାକୁଣ୍ଡ ଜଳପ୍ରପାତରେ ଜଣେ ଛାତ୍ର ଗତ କାଲି ଠାରୁ ନିଖୋଜ ।

ପୋଲିସର ସୂଚନା ଅନୁଯାୟୀ, ରାଉରକେଲା ସ୍ଥିତ ଏନଆଇଟିରେ ପଢ଼ୁଥିବା ୫ ଜଣ ସାଙ୍ଗ ମିଶି ଏକ କାରରେ କାନାକୁଣ୍ଡ ଆସିଥିଲେ । ଦୀପେଶ ପ୍ରଧାନ ନଦୀରେ ସାଙ୍ଗଙ୍କ ସହିତ ଗାଧୋଉଥିବା ସମୟରେ ପାଣିରେ ଭାସିଯାଇଥିଲେ । ପାଣିର ବେଗ ଅତ୍ୟଧିକ ଥିବାରୁ ସେ ତୁରନ୍ତ ନିଖୋଜ ହୋଇଯାଇଥିଲେ । ଘଟଣାର ସୂଚନା ପାଇ ପୋଲିସ ଓ ବାଲିଶଙ୍କରା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ସନ୍ଧ୍ୟା ହୋଇଯିବା ଓ ଆଲୋକ ବ୍ୟବସ୍ଥା ନଥିବାରୁ ଖୋଜାଖୋଜି ବନ୍ଦ ରହିଥିଲା । ଅଗ୍ନିଶମ ବାହିନୀ ସକାଳୁ ସକାଳୁ ରେସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ନଦୀରେ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ଖୋଜାଖୋଜି ହେଲେ ମଧ୍ୟ ଦୀପେଶଙ୍କ କୌଣସ ପତ୍ତା ମିଳିପାରି ନାହିଁ ।