ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ହୋଇପାରିଲାନି ଚାର୍ଜଫ୍ରେମ୍, ବିକ୍ରମଙ୍କ ପକ୍ଷରୁ କୋର୍ଟରେ ଦାଖଲ ହେଲା ଦୁଇଟି ପିଟିସନ୍

NEWS7
lord-shiva-and-goddess-parvati-nagar-parikrama-at-sambalpur

ବ୍ରହ୍ମପୁର ୧୭।୨: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ହୋଇ ପାରିଲାନି ଚାର୍ଜଫ୍ରେମ୍ । ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ପଣ୍ଡାଙ୍କ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଭିସିରେ ଅନୁପସ୍ଥିତ ଥିବା ଯୋଗୁଁ ଆଜି ହୋଇପାରିଲାନି ଚାର୍ଜଫ୍ରେମ୍ । ବିକ୍ରମ ପଣ୍ଡା ଜେଲ୍‌ର ମେଡିକାଲରେ ଚିକିତ୍ସିତ ହେଉଥିବା ଯୋଗୁଁ ଭିସିରେ ଅନୁପସ୍ଥିତ ଥିଲେ । ସୋମବାର ଏମକେସିଜି ମେଡିକାଲରୁ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌କୁ ତରବରିଆ ଭାବେ ଡିସଚାର୍ଜ କରିବା ନେଇ ବିକ୍ରମଙ୍କ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିକ୍ରମଙ୍କ ପକ୍ଷରୁ କୋର୍ଟରେ ଦାଖଲ ହେଲା ଦୁଇଟି ପିଟିସନ । ହତ୍ୟା ମାମଲାରେ ଜବତ ହୋଇଥିବା ବିଭିନ୍ନ ତଥ୍ୟ ପ୍ରମାଣର କପି ପ୍ରଦାନ କରିବା ନେଇ ଗୋଟିଏ ପିଟିସନ ରହିଥିଲା ।

​​​​​​​ଏ ଖବର ବି ପଢ଼ନ୍ତୁ:- କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ, ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ

ବିକ୍ରମ ପଣ୍ଡାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଓ ଉତ୍ତମ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ଅନ୍ୟ ଏକ ପିଟିସନ ଦାଖଲ କରିଛନ୍ତି ବିକ୍ରମଙ୍କ ଓକିଲ । ବୁଧବାର ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ବ୍ରହ୍ମପୁର ଜେଲ୍‌ ଯିବେ । ଜେଲରୁ ବିକ୍ରମଙ୍କ ଠାରୁ ତାଙ୍କ ଅପରେସନ ପାଇଁ ସହମତି ପତ୍ର ଆଣି କୋର୍ଟରେ ଦାଖଲ କରିବେ ବୋଲି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ମାମଲାର ସମସ୍ତ ତଥ୍ୟ ପ୍ରମାଣ ଆସନ୍ତା ୨୪ ତାରିଖ ସୁଦ୍ଧା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୁନ୍ଦନ କୁମାର, ଶିଶୁପାଲ ପାଶୱାନ, ବିପିନ୍ ସ୍ୱାଇଁ, ସୀମାଞ୍ଚଳ ନାୟକ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ ବୋଲି ସରକାରୀ ଓକିଲ କାଳୀଚରଣ ମିଶ୍ର କହିଛନ୍ତି । ସେପଟେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ରିପୋର୍ଟ ଅନୁଯାୟୀ ବିକ୍ରମଙ୍କ ଅସ୍ତ୍ରୋପଚାର ଆବଶ୍ୟକ ଥିଲା । ହେଲେ ବିକ୍ରମ ଅସ୍ତ୍ରୋପଚାର ପାଇଁ ଅରାଜି ହେବାରୁ ଡ଼ିସଚାର୍ଜ କରାଗଲା ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।