ପ୍ରେମିକାର ମହଙ୍ଗା ସଉକ୍‌ ପୂରା କରିବା ପାଇଁ ଚୋରି କରୁଥିଲା ପ୍ରେମିକ, ଲକ୍ଷ୍ନୌରୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | September 27, 2024 IST

ଲକ୍ଷ୍ନୌ ୨୭।୦୯: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯେଉଁଠାରେ ଜଣେ ଯୁବକ ତା ପ୍ରେମିକା ପାଇଁ ଚୋରି କରୁଥିଲା । କାହିଁକି ନା ସେ ତା ଗର୍ଲଫ୍ରେଣ୍ଡର ଦାମୀ ସଉକ୍‌ ପୂରଣ କରିପାରିବ । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଜେଲକୁ ପଠାଇଛି। 

ପୋଲିସ କହିଛି ଯେ ଗୋମତି ନଗରର ଏମଆର ଗୋମତି ଗ୍ରୀନ୍ସରେ ଅନେକ ଚୋରି ଘଟଣା ସାମ୍ନାକୁ ଆସିଛି। ସିସିଟିଭି ସାହାଯ୍ୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ଜୈନପୁରର ବାସିନ୍ଦା। ଯାହାର ନାମ ଅବଦୁଲ ହଲିମ। ସେ ଗୋମତି ଗ୍ରୀନ୍ସରେ ରହିବା ସମୟରେ ଲ ପାଠ ପଢୁଥିଲେ। ଧରାପଡ଼ିବା ପରେ ଅବଦୁଲ କହିଥିଲେ ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡର ସଉକ୍‌  ପୂରଣ କରିବା ପାଇଁ ଚୋରି କରୁଛନ୍ତି।

ସେ ଗୋଟିଏ ସପ୍ତାହରେ ତିନୋଟି ଘରକୁ ଟାର୍ଗେଟ କରିଥିଲେ। ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ଗର୍ଲଫ୍ରେଣ୍ଡର ହବି ମଲ୍ ଯିବା, ସପିଂ କରିବା, ଆଇଫୋନ୍ ଏବଂ କ୍ଲବ। ଏହା ବ୍ୟତୀତ ସେ ଚଳଚ୍ଚିତ୍ର ଦେଖିବାକୁ ମଧ୍ୟ ଭଲ ପାଆନ୍ତି। ତାଙ୍କ ଗର୍ଲଫ୍ରେଣ୍ଡର ଏହି ଇଚ୍ଛା ପୂରଣ କରିବା ପାଇଁ ସେ ଚୋର ହୋଇଗଲେ । ବର୍ତ୍ତମାନ ଅଭିଯୁକ୍ତଙ୍କ ଠାରୁ ଅଳଙ୍କାର ଏବଂ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଡିସିପିଙ୍କ ଅନୁଯାୟୀ ଯୁବକ ଲ ପାଠ ପଢୁଥିଲେ । ଚୋରି ସମୟରେ ତାଙ୍କୁ ସିସିଟିଭିରେ ଦେଖିବାକୁ ମିଳିଥିଲା। ଏବେ ଯୁବକଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.