ଖୋଲିଲା ମା' ଉଗ୍ରତାରା ଦେବୀଙ୍କ ହୁଣ୍ଡି, ମିଳିଲା ୮ ଲକ୍ଷରୁ ଅଧିକ ଟଙ୍କା ସହ ରୁପା ମୁଦ୍ରା

Published By : Prameya-News7 Bureau | March 02, 2025 IST

ଖୋର୍ଦ୍ଧା ୦୨/୦୩:ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଭୂଷଣ୍ଡପୁର ଗାଁର ଅଧିଷ୍ଠାତ୍ରୀ ଦେବୀ ମା' ଉଗ୍ରତାରା ଦେବୀଙ୍କର ହୁଣ୍ଡି ଖୋଲା ଯାଇଛି । ମନ୍ଦିରର ଦାନବାକ୍ସ ଗଣତି ପରେ ହୁଣ୍ଡିରୁ ୮ ଲକ୍ଷ ୬୯ ହଜାର ୬୨୬ ଟଙ୍କା ମିଳିଛି । ଏହାସହ ଗୋଟିଏ ରୁପା ମୁଦ୍ରା ମିଳିଛି  । ମା'ଙ୍କ ଠାରୁ ଆଜ୍ଞାମାଳ ଆଣିବା ପରେ ରୀତି ନୀତି ଅନୁସାରେ ପୂଜାପାଠ କରାଯାଇ ହୁଣ୍ଡି ଖୋଲା ଯାଇଥିଲା । 

ମନ୍ଦିର ପରିସରରେ ଥିବା ପ୍ରଶାସନିକ କାର୍ଯ୍ୟାଳୟରେ ଗଣତି ସମୟରେ ସିସିଟିଭି ବ୍ୟବସ୍ଥା କରା ଯାଇଥିଲା । ଗଣତି ସମୟରେ ଟାଙ୍ଗୀ ତହସିଲଦାର ମିତାଲୀ ପାତ୍ର, ଅତିରିକ୍ତ ତହସିଲଦାର ସନାତନ ମଲ୍ଲିକ ଓ ସ୍ଥାନୀୟ କମିଟି ଉପସ୍ଥିତ ଥିଲେ । ନୂଆଗଡ଼ ପଂଚାୟତର SHG ମହିଳା, ମନ୍ଦିର କର୍ମଚାରୀ କୁମର ପାତ୍ର, ସୁବ୍ରତ କୁମାର ସାମନ୍ତରାୟ ,ସରପଞ୍ଚ କିଶୋର କୁମାର ରାଉତରାୟ, ସୁନିତା ହାଲଦାର, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ହୁଣ୍ଡି ଟଙ୍କାକୁ ନିକଟସ୍ଥ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ମନ୍ଦିରର ଜମା ଖାତାରେ ଜମା କରାଯିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।

           

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.