ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଭ୍ରାଟ, ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ‌ ଅଭିଯୋଗ

Published By : Prameya-News7 Bureau | July 13, 2024 IST

ପୁରୀ : ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଯୋଗୁ ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ‌ ହୋଇଛି । ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁ ସୁଆର ମହାସୁଆର ନିଯୋଗର ୮ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ଏହି ଅଭିଯୋଗ ଆଣିଛନ୍ତି । 

ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଥିବା ଭକ୍ତମାନେ ନୀତି ବିଳମ୍ବ ଯୋଗୁ ଆଡପ ଅବଢ଼ା ଠିକ୍ ସମୟରେ ପାଇପାରୁ ନାହାନ୍ତି । ସେହିପରି ବରାଦି ଅବଢା ମଧ୍ୟ ନଷ୍ଟ ହେଉଛି । ଶୁକ୍ରବାର ମହାପ୍ରଭୁଙ୍କ ସକାଳ ଧୂପ ନୀତି ବିଳମ୍ବ ହୋଇଥିବା ବେଳେ ଦ୍ବିତୀୟ ଭୋଗମଣ୍ଡପ ୧୦ଟା ୧୦ରେ ଶେଷ ହୋଇଥିଲା ।‌ ଫଳରେ ଠିକ୍ ସମୟରେ ଆଡପ ଅବଢ଼ା ବାହାରି ପାରିନଥିଲା । ‌ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ମହାପ୍ରଭୁଙ୍କର ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ଭକ୍ତ ମାନେ ଠିକ୍ ସମୟରେ ଯେଭଳି ଆଡପ ଅବଢ଼ା ପାଇପାରିବେ ସେ ନେଇ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅନ୍ୟପଟେ ଅହେତୁକ ଭକ୍ତଙ୍କ ସମାଗମ ଓ ଦର୍ଶନ ଚାଲୁଥିବାରୁ ଏଭଳି ସମସ୍ୟା ଉପୁଜୁଛି । ତେବେ ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ ଏବଂ ଭକ୍ତ ମାନେ କିଭଳି ଠିକ୍ ସମୟରେ ଆଡପ ଅବଢ଼ା ପାଇ ପାରିବେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।‌

You Can Read:

ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍, ଫାୟାରିଂ କରି ଦମ୍ପତିଙ୍କଠୁ କାନଫୁଲ ନେଇଗଲେ ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.