ଦୁର୍ଗତିନାଶିନୀଙ୍କ ଆବାହନରେ ପ୍ରକମ୍ପିତ ପରିବେଶ, ମଣ୍ଡପେ ଅଷ୍ଟମୀ, ପୀଠରେ ମହାନବମୀ

Published By : Prameya-News7 Bureau | October 11, 2024 IST

ଭୁବନେଶ୍ୱର ୧୧/୧୦: ଦୁର୍ଗତିନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନପବନ । ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ। ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ।


Durga Puja 2024: Get all updated News, Videos and Photos of Durga Puja


ସେପଟେ ମଣ୍ଡପରେ ମହାଷ୍ଟମୀ ହେତୁ ତାରିଣୀ ପୂଜା, ସନ୍ଧିପୂଜା ପରେ ଅଷ୍ଟମୀ ପୂଜା କରାଯିବାର ନୀତି ରହିଛି । ବିଶେଷ କରି ମହିଳାମାନେ ଆଜି ଅଷ୍ଟମୀ ବ୍ରତ ରଖି ମା'ଙ୍କ ପାଖରେ ବ୍ରତ, ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରିଥାଆନ୍ତି। ମାଆଙ୍କ ଆବାହନକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ, ସବୁଠି ଉତ୍ସବର ମାହୋଲ। ଭକ୍ତି ଭାବରେ ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ସେହିପରି ଶକ୍ତିପୀଠରେ ଆଜି ଦୁର୍ଗତିନାଶିନୀଙ୍କର ମହାନବମୀ ପୂଜା। ସକାଳୁ ସକାଳୁ ମା'ଙ୍କର ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ଷୋଡ଼ଶ ଉପଚାର ପୂଜା ସହ ଦୁର୍ଗା ସପ୍ତସ୍ତୁତି ପାଠ ନୀତିକାନ୍ତି ହୋଇଥାଏ। ଏହାପରେ ହେବ ମହାନବମୀ ହୋମଯଜ୍ଞ କରାଯିବ। ନବମୀ ପାଇଁ ଚଣ୍ଡିପାଠରେ ଫାଟି ପଡୁଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ। ଦେବୀଙ୍କ ଦର୍ଶନ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ବି ଜମିଛି।

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.