ବଲାଙ୍ଗୀର ୬/୦୩: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଗୁରୁବାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ ହେଉଛି । ପାଟଣାଗଡ ADJ କୋର୍ଟରେ ହାଜର ହୋଇଛନ୍ତି ପୁଞ୍ଜିଲାଲ । ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି। ମାନ୍ୟବର ସୁପ୍ରିମ କୋର୍ଟ ଏହି ମାମଲା ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଆଦେଶ ଦେଇଛନ୍ତି। ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିପାରନ୍ତି ।
ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ପୁଞ୍ଜିଲାଲ ପାଟଣାଗଡ ସ୍ଥିତ ସୌମ୍ୟଶେଖର ବିବାହରେ ଉପହାର ସ୍ବରୂପ ପାର୍ସଲ ବୋମା ପଠାଇଥିଲା। ଏଥିରେ ନବବିବାହିତା ସୌମ୍ୟଶେଖର ଏବଂ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା । ତେବେ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀନାରାଣୀ ଗୁରୁତର ହେଇଥିଲେ।ଘଟଣାର ତଦନ୍ତ କରି ଗତ ଏପ୍ରିଲ ୨୫ରେ ପୁଞ୍ଜିଲାଲକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଜୀବନ ବିତାଉଛି ।