ନୂଆଦିଲ୍ଲୀ ୩/୮: ସୋସିଆଲ ମିଡିଆରେ ଟିକିଏ ଭିୟୁ,ଲାଇକ ପାଇବା ପାଇଁ ପାଗଳ ଯୁବପିଢି । ନିଜ ଜୀବନକୁ ବି ପରୱା ନାହିଁ । ଆଗ ରିଲ୍ସ ହୋଇଯାଉ ପଛେ ଜୀବନ ଗଲେ ଯାଉ । ସେଲ୍ଫି ପାଇଁ ଯୁବକ ଚଢିଗଲେ ୧୪୩୫ ଫୁଟ୍ । ନ୍ୟୁୟର୍କର ବ୍ୟସ୍ତବହୁଳ ରାସ୍ତା ଏମ୍ପାୟାର୍ସ ଷ୍ଟେଟ ବିଲ୍ଡିଂ । ଭୂମିରୁ ୧୪୩୫ ଫୁଟ୍ ଉଚ୍ଚ। ତଳୁ ଚାହିଁଲେ ମୁଣ୍ଡ ବୁଲେଇ ଦେଉଛି । ହେଲେ ଜଣେ ଯୁବକ ଏମ୍ପାୟାର୍ସ ଷ୍ଟେଟ ବିଲ୍ଡିଂର ପୁରା ଟପ୍କୁ ଯାଇ ସେଲ୍ଫି ଷ୍ଟିକ ଧରି ଭିଡିଓ କରିବା ସହ ଇନଷ୍ଟାରେ ପୋଷ୍ଟ କରିଛନ୍ତି ।
ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଏହି ଭିଡିଓକୁ ୪୯ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଭିଡିଓ ଆଉ ଫଟୋ ଦେଖି କିଏ କହୁଛି ହାତ ଗୋଡ ଥରୁଛି ତ ଆଉ କିଏ କହୁଛି ଭୟରେ ଦେହରୁ ଝାଳ ବାହାରୁଛି । ଅନେକ ପ୍ରଶ୍ନ କରିଛନ୍ତି ଏମିତି ବିପଦପୂର୍ଣ୍ଣ ରିଲ୍ସ ବନାଇବା କଣ ଜରୁରୀ ?