ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 20, 2024 IST

କେନ୍ଦୁଝର ୨୦: କେନ୍ଦୁଝର ବନଖଣ୍ଡର ବାରାହାଗଡ ପଞ୍ଚାୟତ ହାତିଶୀଳା ଗ୍ରାମରେ ହାତୀ ଆକ୍ରମଣରେ କପିଳ ବେହେରା ନାମକ ବ୍ୟକ୍ତି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । 

ଶୁକ୍ରବାର ବିଳମ୍ବିତ ରାତିରେ ବ୍ୟକ୍ତି ଜଣଙ୍କ ଶୌଚ ହେବା ପାଇଁ ଯାଇଥିବା ବେଳେ ଘର ଠାରୁ କିଛି ଦୂରରେ ଥିବା ଜମିରେ ୩ଟି ହାତୀ ଥିଲେ । ସେଥିମଧ୍ୟରୁ ଗୋଟିଏ ହାତୀ ହଠାତ ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଉଠାଇ ଦୁଇ ଥର କଚାଡି ଦେଇଥିଲା । ସେ ସେଠାରେ ଅଚେତ ଅବସ୍ଥାରେ ପଡି ରହିଥିବା ବେଳେ ହାତୀ ସେଠାରୁ ଚାଲି ଯାଇଥିଲେ । ଅନେକ ସମୟ ପରେ ଘର ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ I ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସଙ୍କୁ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିବା ବେଳେ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇ ପାରିନଥିଲା । ଶେଷରେ ଅଟୋ ସାହାଯ୍ୟରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ଅନ୍ୟପଟେ ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହାତୀଙ୍କ ଉପରେ ନଜର ରଖିଛି ।

You Can Read:

ଲଗାଣ ବର୍ଷାରେ ଭୁଶୁଡିଲା ଘର, ମା’ ଓ ୨ ଝିଅ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.