ଗାଧୋଇବାକୁ ଯାଇଥିବା ବେଳେ ବୁଡିଗଲେ ଯୁବକ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Published By : Prameya-News7 Bureau | August 03, 2024 IST

ବାଲିଗୁଡା ୩: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହସିଂ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡିଗଲେ ଯୁବକ l ମୃତକଙ୍କ ନାମ ଭକ୍ତରାମ ପୁଜାରୀ l ସେ ଶନିବାର ସକାଳେ ଭକ୍ତରାମଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ l ସ୍ଥାନୀୟ ଲୋକେ ଯୁବକଙ୍କୁ ବୁଡିଯିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ l ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l

You Can Read:

ମାଳ ମାଳ ପ୍ଲଟ, ପୁଳା ପୁଳା ଟଙ୍କା: ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାରଙ୍କ ଆଖିଟେରା ସଂପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.