ସ୍ବାମୀର ବୀଭତ୍ସ କାଣ୍ଡ, ସ୍ତ୍ରୀକୁ ବୁଥ୍‌ ସାମ୍ନାରେ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | June 01, 2024 IST

ଭଦ୍ରକ ୧/୬: ପାରିବାରିକ କଳିର କରୁଣ ପରିଣତି । ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ହାଣିଲା ସ୍ବାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ମୁକ୍ତାଡିହି ଗାଁ ୪ନମ୍ବର ବୁଥ୍‌ ସାମ୍ନାରେ ବୀଭତ୍ସ କାଣ୍ଡ ଘଟାଇଛି ସ୍ବାମୀ । ମୃତକ ରଶ୍ମିରେଖା ବେହେରା । ସ୍ବାମୀ ପ୍ରଭାକରଙ୍କ ସହ ଝଗଡା ଯୋଗୁ ଶାଶୁ ଘର ଛାଡି ବାପଘରେ ରହୁଥିଲେ ରଶ୍ମି । ୪ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା । ସେମାନଙ୍କର ୧୮ ମାସର ଏକ ପୁଅ ଅଛି । 

ତେବେ ଶନିବାର ଭୋଟ୍‌ ଦେବାକୁ ଆସି ୪ନମ୍ବର ବୁଥ୍‌ରେ ଲାଇନରେ ଠିଆ ହୋଇଥିଲେ ରଶ୍ମି । ପ୍ରଭାକର ସେଠାରେ ପହଞ୍ଚି ତାଙ୍କୁ ବାହାରକୁ ଡାକିଥିଲା । ରଶ୍ମିରେଖା ବାହାରକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କେହି କିଛି ଭାବିବା ପୂର୍ବରୁ ରଶ୍ମିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା ପ୍ରଭାକର ।  ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। କିଛି ସମୟ ପାଇଁ ବୁଥ୍‌ ସାମ୍ନାରେ ଉତ୍ତେଜନା ଦେଖାଦେଇଥିଲା ।  ପୋଲିସ ଘଟଣାସ୍ଥଳକୁ ଯାଞ୍ଚ କରିବା ସହ ପ୍ରଭାକରକୁ ଅଟକ ରଖି ପଚରାଉଚରା କରୁଛି । 

You Can Read:

ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.