୬ ବର୍ଷ ଧରି ନାକରୁ ବୋହୁଥିଲା ପାଣି, ରୋଗର କାରଣ ଜଣାପଡ଼ିବା ପରେ ଡାକ୍ତର ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 19, 2024 IST

ପ୍ରତୀକାତ୍ମକ ଚିତ୍ର

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନରେ ଏକ ବିରଳ ଘଟଣା ସାମନାକୁ ଆସିଛି । ଜଣେ ୨୦ ବର୍ଷୀୟ ଯୁବକ ଦୀର୍ଘ ୬ ବର୍ଷ ଧରି ନାକରୁ ପାଣି ବାହାରିବା ସମସ୍ୟାର ସାମନା କରୁଥିଲେ । ରୋଗ କଥା ଶୁଣି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଥିଲେ, କିନ୍ତୁ ଏହା ପଛର କାରଣ ଆହୁରି ଆଶ୍ଚର୍ଯ୍ୟଜନକ ଥିଲା । ମୁଣ୍ଡ ଖପୁରୀରେ ଗାତ ହୋଇଥିବା କାରଣରୁ ବ୍ରେନ୍ ଲିକେଜ ହୋଇ ପାଣି ବାହାରୁଥିବା ଜଣାପଡ଼ିଥିଲା । ଏହିଭଳି ଭାୟନକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସିରିଆର ଜଣେ ବ୍ୟକ୍ତି ।  

ବ୍ୟକ୍ତି ଜଣକ ୬ ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସିରିଆର ଏହି ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ନାକ ରୋଗରେ ପୀଡିତ ଥିଲେ ଏବଂ ମୁଣ୍ଡବିନ୍ଧା ଓ ଆକ୍ରାନ୍ତ ହେବାର ମଧ୍ୟ ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ଏହି ଲକ୍ଷଣ ଆରମ୍ଭ ହୋଇଥିଲା । ଡାକ୍ତରୀ ଟିମ୍ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍କାନିଂ କରି ତାଙ୍କୁ ଏନସେଫାଲୋସେଲ ରୋଗରେ ଚିହ୍ନଟ କରିଥିଲେ । ଯେଉଁଥିରେ ଖପୁରୀରେ ଗର୍ତ୍ତ ଯୋଗୁଁ ମସ୍ତିଷ୍କରୁ ପାଣି ଲିକେଜ୍ ହୋଇଥିଲା । 

ସାଧାରଣତଃ ଏନସେଫାଲୋସେଲ ଏକ ବିରଳ ଜନ୍ମଗତ ତ୍ରୁଟି । ଯେଉଁଥିରେ ମସ୍ତିଷ୍କକୁ ଆଚ୍ଛାଦନ କରୁଥିବା ଟିସୁଗୁଡ଼ିକ ଖପୁରୀରେ ଖୋଲିବା ଆରମ୍ଭ ହୋଇଯାଏ । ବ୍ୟକ୍ତି ଜଣକ କାର ଦୁର୍ଘଟଣାରୁ ବର୍ତ୍ତିବାର ପରେ ତାଙ୍କ ନାକରୁ ପାଣି ବାହାରିବା ଆରମ୍ଭ ହୋଇଯାଇଥିଲା । ଏହାର ଦୁଇ ମାସ ପୂର୍ବରୁ ସେ ମେନିଙ୍ଗୋଏନ୍ସଫାଲାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ଡାକ୍ତରୀ ଟିମ ତାଙ୍କୁ ଏକ ମାସ ପାଇଁ ଆଇସିୟୁରେ ଭର୍ତ୍ତି କରିଥିଲେ ଏବଂ ତାଙ୍କ ମସ୍ତିଷ୍କର ଏମଆରଆଇ କରିଥିଲେ । ରିପୋର୍ଟରେ ବ୍ୟକ୍ତିଙ୍କ ଖପୁରୀରେ ଏକ ଗର୍ତ୍ତ ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.