ମଣିପୁର ହିଂସା: ସୁପ୍ରିମକୋର୍ଟଙ୍କୁ ତଥ୍ୟ ଦେଲେ ରାଜ୍ୟ ସରକାର, ଏପର୍ଯ୍ୟନ୍ତ ୧୪୨ ମୃତ୍ୟୁ ହୋଇଥିବା ବେଳେ ୫୯୯୫ ମାମଲା ରୁଜୁ

Published By : Prameya-News7 Bureau | July 10, 2023 IST

ଇମ୍ଫାଲ: ଗତ ଦୁଇ ମାସ ହେଲା ଲାଗିଥିବା ମଣିପୁର ହିଂସାରେ ମୋଟ ୧୪୨ ଜଣଙ୍କର ମୃତ୍ୟୁ ଘଟିଛି। ଆଜି(ଜୁଲାଇ ୧୦) ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି ମଣିପୁର ସରକାର।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିଂହଙ୍କ ଖଣ୍ଡପୀଠଙ୍କୁ ମଣିପୁର ମୁଖ୍ୟ ଶାସନ ସଚିବ ବିନୀତ ଯୋଶୀ ଏହି ସଦ୍ୟତମ ରିପୋର୍ଟ ପ୍ରଦାନ କରିଛନ୍ତି। ସେ ଦେଇଥିବା ତଥ୍ୟ ଅନୁସାରେ, ହିଂସା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୫,୯୯୫ ଏଫ୍ଆଇଆର୍ ହୋଇଥିବା ବେଳେ ୬,୭୪୫ ଜଣଙ୍କୁ ଗିରଫ କରାଯାଇଛି। ଅଧିକ ଯାଞ୍ଚ ପାଇଁ ୬ ଟି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ବୋଲି ରାଜ୍ୟ ସରକାର କୋର୍ଟଙ୍କୁ କହିଛନ୍ତି।

{"width":836,"height":566}
3 die in fresh Manipur violence; CBI registers 6 FIRs, forms SIT : The  Tribune India

ପଢ଼ନ୍ତୁ-ମଣିପୁର ହିଂସା ନେଇ ଅପ୍‌ଡେଟ୍ ରିପୋର୍ଟ ଦେଲେ ସରକାର; ମତ ରଖିବାକୁ ପ୍ରତିପକ୍ଷ ଓକଲିଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତାକାଲି ପୁଣି ଶୁଣାଣି

ମେ ମାସ ଠାରୁ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫,୦୦୦ ଅଗ୍ନିକାଣ୍ଡ ଘଟିଛି। ଏବଂ ପୂର୍ବ ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲରେ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଆଇନ ଶୃଙ୍ଖଳା କାଏମ ରଖିବାକୁ ପ୍ରାୟ ୧୨୪ ଟିମ୍ ପାରାମିଲିଟାରୀ ଫୋର୍ସ ଏବଂ ୧୮୪ ଆର୍ମ କମ୍ସ ମଣିପୁରରେ ମୁତୟନ କରାଯାଇଛି।

ସାଧାରଣ ସ୍ଥିତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କର ପଦକ୍ଷେପ ସମ୍ପର୍କରେ ଅବଗତ କରାଇ କୋର୍ଟଙ୍କୁ କୁହାଯାଇଛି ଯେ ଯେ ରିଲିଫ କ୍ୟାମ୍ପରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିକଟ ବିଦ୍ୟାଳୟ ସହିତ ଯୋଡିବା ପାଇଁ ଉଦ୍ୟମ ଚାଲିଛି। ଏହାସହ ରାଜ୍ୟରେ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଇଥିବା କୁହାଯାଇଛି। ସେହିପରି ହିଂସା ମାମଲାକୁ ଆଧାର କରି ରାଜ୍ୟରେ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଲଗାଉଛି। ରାଜ୍ୟରେ ଗତ ଦୁଇ ମାସ ହେଲା ଇଣ୍ଟର୍‌ନେଟ୍ ବନ୍ଦ ରହିଛି।

ସୂଚନା ଥାଉକି, ମଣିପୁର ହିଂସା ସମ୍ପର୍କରେ ଗତ ସପ୍ତାହରେ ଅପ୍‌ଡେଟ୍ ରିପୋର୍ଟ ମାଗିଥିଲେ କୋର୍ଟ। ହିଂସା ରୋକିବା ସହ ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପଢ଼ନ୍ତୁ-ମଣିପୁର ହିଂସାରେ ହେଲାନି ଆଲୋଚନା, ସଂସଦୀୟ କମିଟିର ବୈଠକ ବହିଷ୍କାର କଲେ ବିରୋଧୀ ସାଂସଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.