ମନିଷା ରୋପେଟା; ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସପି, ଅନେକଙ୍କ ପାଇଁ ଗର୍ବ ଆଉ ଗୌରବ

Published By : Prameya-News7 Bureau | September 10, 2024 IST

ନୂଆଦିଲ୍ଲୀ 10/09 : ସମାଜରେ ପୁଅ ଝିଅ ଭିତରେ ଆଉ କୌଣସି ଫରକ୍ ନାହିଁ । ଏଥିରେ ଆଉ ପ୍ରମାଣ ଦରକାର ନାହିଁ। କାହିଁକି ନା ପାଠରୁ ନେଇ ଷାଠ ସବୁ କ୍ଷେତ୍ରରେ ନାରୀ ନିଜର ପାରଦର୍ଶିତା ଦେଖାଇଛନ୍ତି। ଏହାରି ଭିତରେ ଆଉ ଜଣେ ନାରୀଙ୍କ କାହାଣୀ ଯାହା ପୁଣି ମନରେ ଭରିଦେବ ଜୋଶ। 

ପ୍ରଥମ ହିନ୍ଦୁ ମହିଳା ଭାବେ ପାକିସ୍ତାନର ଡିଏସପି ହେଲେ 28 ବର୍ଷୀୟ ମନିଷା ରୋପେଟା । ପାକୁସ୍ତାନରେ ଜଣେ ସଂଖ୍ୟା ଲଘୁ ମହିଳା ପୁଲିସ୍ ବିଭାଗର ଉଚ୍ଚ ପଦରେ ଆସୀନ୍ ହେବା ଅତ୍ୟନ୍ତ ବିରଳ ହୋଇଥିବାରୁ  ମନିଷା ଏବେ ଚର୍ଚ୍ଚିତ ବ୍ୟକ୍ତିତ୍ତ୍ୱ। ଡିଏସପି ନିଯୁକ୍ତ ହେବା ପରେ ମନିଷାଙ୍କ ଖୁସି କହିଲେ ନସରେ । ସେ 2021 ରେ  ପ୍ରଶାସନିକ   ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ   ପୋଲିସରେ ଯୋଗ ଦେବା ପରେ ଅନେକ ହାଇ ପ୍ରୋଫାଇଲ୍   ମାମଲରେ ଉତ୍ତମ ପରିଚାଳନା କରି ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଛନ୍ତି।  ଏହି ପଦବୀ ପାଇବା ପରେ ମନିଷା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁରୁଷ ପ୍ରଧାନ ମାନସିକତା ଥିବା ପାକିସ୍ତାନରେ ସେ ପିଲାଟି ବେଳୁ ପିତୃସତ୍ତା ଦେଖିଆସିଥିଲେ । ପାକିସ୍ତାନରେ ଝିଅମାନେପାଠ ପଢି ବଡ ହେଲେ ସେମାନଙ୍କୁ ପ୍ରାୟତଃ ଶିକ୍ଷୟିତ୍ରୀ କିମ୍ବା ଡାକ୍ତର ହେବାକୁ ପରାମର୍ଶ ଦିଆଯାଇଥାଏ । ମନୀଷା ବି MBBS ପ୍ରବେଶିକା ପରୀକ୍ଷା ଦେଇଥିଲେ ଆଉ ବିଫଳ ହୋଇଥିଲେ।  ସେତେବେଳେ ଡାକ୍ତର ହେବାର ଦ୍ୱାର ବନ୍ଦ ହୋଇଯାଇଥିଲା । ଏହାପରେ ସେ ତାଙ୍କ ପରିବାକୁ କହିଥିଲେ ଯେ ସେ ଫିଜିକାଲ୍ ଥେରାପିରେ ଡିଗ୍ରୀ କରୁଛନ୍ତି । କିନ୍ତୁ ତା ସହିତ ସେ ସିନ୍ଧ ଲୋକ ସେବା ଆୟୋଗ ପରୀକ୍ଷା ପାଇଁ ପ୍ରସ୍ତୁତି କଲେ ଏବଂ ୪୬୮ ପରୀକ୍ଷାର୍ଥୀଙ୍କ ଭିତରୁ ୧୬ ତମ ସ୍ଥାନ ପାଇ କ୍ୱାଲିଫାଏ କଲେ। 

ସିନ୍ଧ ପ୍ରାନ୍ତର ଜୈକୋବାବାଦର ଏକ ମଧ୍ୟବିତ୍ତ ପରିବାରର ଝିଅ ମନିଷା । ତାଙ୍କ ବାପା ଜାକୋବାବାଦର ଜଣେ ବ୍ୟବସାୟୀ। ମାତ୍ର 13 ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଏହାପରେ ସେ  କରାଚି ଚାଲିଯାଇଥିଲେ। ମନିଷାଙ୍କୁ ମିଶାଇ ଚାରି ଭାଇଭଉଣୀ । ସେମାନଙ୍କ ମଧ୍ଯରେ ତିନି ଭଉଣୀ ଏବଂ ଗୋଟିଏ ଭାଇ । ସଭିଏଁ ଚିକିତ୍ସା କ୍ଷେତ୍ରରେ ହିଁ ରହିଛନ୍ତି ।  ମନିଷା ଏମବିବିଏସ୍ ପ୍ରେବେସିକା ପରୀକ୍ଷା ଦେଇଥିଲେ। ହେଲେ ସେଥିରେ ବିଫଳ ହେବାରୁ   ପ୍ରଶାସନିକ  ସେବା ପରୀକ୍ଷା ଦେଇ ସେ 2022ରୁ ଡିସିପି ହୋଇଥିଲେ। ଜଣେ ମହିଳା ସାଙ୍ଗକୁ  ସଂଖ୍ୟାଲଘୁ  ସଂପ୍ରଦାୟର   ହୋଇଥିବାରୁ ତାଙ୍କୁ ଆରମ୍ଭରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।  କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ପ୍ରୋତ୍ସାହନ ଓ ସହକର୍ମୀଙ୍କ ସମ୍ମାନ ତାଙ୍କ ମନୋ ବଳ ବଢ଼ାଇଥିଲା।   ଆଉ ଆଗକୁ ମାଡ଼ି ଚାଲିଥିଲେ।  ପକିସ୍ତାନରେ ଉଚ୍ଚାଶିକ୍ଷିତ ଝିଅମାନେ ସାଧାରଣତଃ ଡାକ୍ତରୀ ଓ ଶିକ୍ଷକତା ପେସା ପାଇଁ ପାଇଁ ବିଚାର କରାଯାଏ ତେବେ ମନିଷା ଏହି ଧାରା ଭାଙ୍ଗି ଅନ୍ୟ ଝିଅମାନଙ୍କୁ ସହାସିକ ପେସାରେ ଯୋଗ ଦେବାକୁ ପ୍ରତ୍ସାହିତ କରୁଛନ୍ତି ।  ତେବେ ଯାହାବି ହେଉ ବହୁ ପରିଶ୍ରମ ପରେ ଶେଷରେ ମନିଷାଙ୍କୁ ସଫଳତା ମିଳିଛି । ସେ ପ୍ରଥମ ହିନ୍ଦୁ ମହିଳା ଭାବେ ପାକିସ୍ତାନର ଡିଏସପି ହେବା ଏକ ଗର୍ବ ଓ ଗୌରବର କଥା। 

Also Read- ବାପାଙ୍କୁ ଘାରିଛି ଝିଅର ସୁରକ୍ଷା ଚିନ୍ତା,ମୁଣ୍ଡରେ ଲଗାଇଲେ ସିସିଟିଭି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.