ନିଷ୍ପତ୍ତି ନେବ ବିଜେପି ପାର୍ଲିଆମେଣ୍ଟାରି ପାର୍ଟି, ନାଁ ଚର୍ଚ୍ଚା କେବଳ କପୋଳକଳ୍ପିତ

Published By : Prameya-News7 Bureau | December 06, 2024 IST

ଭୁବନେଶ୍ୱର ୦୬/୧୨: ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ନିଷ୍ପତ୍ତି ନେବ ବିଜେପି ପାର୍ଲିଆମେଣ୍ଟାରି ପାର୍ଟି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ଖାଲି ପଡ଼ିଥିବା ରାଜ୍ୟସଭା ସାଂସଦ ଆସନ ପାଇଁ ନିର୍ବାଚନ ହେଉଛି । ହେଲେ ମୁଁ ସେ ରେସ୍‌ରେ ନାହିଁ ବୋଲି ମନମୋହନ ସାମଲ କହିଛନ୍ତି । ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ କୁମାରଙ୍କୁ ରାଜ୍ୟସଭା ପଠାଯିବା ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।


ତେବେ ମଙ୍ଗଳବାର ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଡିସେମ୍ୱର ୧୦ ତାରିଖ ଯାଏ ଚାଲିବ । ଏହାର ପରବର୍ତ୍ତୀ ଦିନ ଅର୍ଥାତ ଡିସେମ୍ୱର ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡିଥିବା ୬ଟି ଆସନରେ ଡିସେମ୍ୱର ୨୦ ତାରିଖରେ ହେବ ମତଦାନ । ସେହି ଦିନ ଗଣନା ପରେ ଏହାର ଫଳାଫଳ ପ୍ରକାଶ ପାଇବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.