ନୂଆଦିଲ୍ଲୀ ୧୩/୦୮: ସରିଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ। ସ୍ୱଦେଶ ମୁହାଁ ପ୍ରତି ଦେଶର ଆଥ୍ଲେଟ୍ । କିନ୍ତୁ କ୍ରୀଡା ଗ୍ରାମରେ ଛାଡିଯାଇଛନ୍ତି ଅନେକ ଛାପ । ସେ ବିବାଦ ହେଉ ବା ପଦକରେ ରେକର୍ଡ । ଅନେକ ଖେଳାଳି ରଚିଛନ୍ତି ନୂଆ କୀର୍ତ୍ତିମାନ । ଏସବୁ ଭିତରେ ନଜର ଆସିଛି ସଂପର୍କର କିଛି ଖାସ୍ ଝଲକ । ଯାହା ଶୁଣିବାକୁ ମିଳୁଛି ଲେଖା ହେବାକୁ ଯାଉଛି ଅନୋଖା କାହାଣୀ । ଆଉ ସେଇଟା ହେଉଛି ଲଭ ଷ୍ଟୋରୀ । ମାନେ ଦୁଇ ଲଭ୍ ବାର୍ଡ ଗଢିବେ ନୂଆ ସଂସାର । ଲେଖିବେ ପ୍ରେମର ନୂଆ ସଂଜ୍ଞା । ହେଲେ ଜାଣିଛନ୍ତି କିଏ ସେହି ପ୍ରେମିକ-ପ୍ରେମିକା । ଯିଏକି ପ୍ୟାରିସ ଅଲିମ୍ପିକ୍ସରେ ଗଢିଛନ୍ତି ସଂପର୍କ । ଯଦି ଜାଣିନାହାଁନ୍ତି ତେବେ ଜାଣନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟରେ….
ବିବାହ କରିବେ କି ମନୁ-ନୀରଜ । ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମାଆ । ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ । ଚର୍ଚ୍ଚା ହେଉଛି ମନୁଙ୍କ ମାଆ ନୀରଜଙ୍କୁ କଣ କହୁଛନ୍ତି? ମୁଣ୍ଡରେ ହାତ ରଖି କିଛି କିଛି ପ୍ରତିଶୃତି ମାଗିଛନ୍ତି ? ହେଲେ କଣ ସେହି ପ୍ରତିଶୃତି? କାହିଁକି ନୀରଜଙ୍କୁ ଭେଟିଲେ ମନୁଙ୍କ ମାଆ? ଖାଲି ଭେଟିନାହାଁନ୍ତି ତ ଅନେକ ସମୟ ଧରି କିଛି କଥା ବି ହେଉଛନ୍ତି । ପ୍ରବଳ ମାତ୍ରାରେ ଭାଇରାଲ ହେଉଛି ଏହି ଭିଡିଓ । କେହି କେହି କହୁଛନ୍ତି ନୀରଜଙ୍କୁ ଜ୍ୱାଇଁ କରିବାକୁ ମନେ ବଳାଇଛନ୍ତି ମନୁଙ୍କ ମାଆ ।
ସେହିଭଳି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଆଉ ଗୋଟିଏ ଭିଡିଓ । ଯେଉଁଠି ଏକାଠି ନଜର ଆସିଛନ୍ତି ନୀରଜ ଚୋପ୍ରା ଓ ମନୁ ଭାକର । ଖାଲି ଭେଟାଭେଟି ହେଉନାହାଁନ୍ତି ତ କିଛି ଗପସପ ହେଉଛନ୍ତି । ଅନେକ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ସିରିୟସ ଡିସ୍କସନ । ବିଶେଷ କଥା ହେଉଛି ଉଭୟ ଖେଳାଳି କଥା ବାର୍ତ୍ତା ସହ ହସୁଛନ୍ତି ବି । ତେବେ ଗୋଟିଏ ଦିନରେ ଦୁଇ ଦୁଇଟି ଭିଡିଓ ଭାଇରାଲ ବୟାନ କରୁଛି ଅନେକ କିଛି ।
ଦୁଇ ଆଥ୍ଲେଟ୍ ଏବେ ଦେଶପାଇଁ ଆଣିଛନ୍ତି ଗୌରବ । ଖାସ୍ କରି ମନୁ ଭାକର ଆଣିଛନ୍ତି ଦୁଇଟି ବ୍ରୋଞ୍ଜ । ହେଲେ ନୀରଜ ଗୋଟିଏ ପଦକ ଆଣିଥିଲେ ବି ମନୁଙ୍କ ଦେଇଛନ୍ତି କଡ୍ଡା ଟକ୍କର । କାରଣ ତାଙ୍କର ଗୋଟିଏ ରୌପ୍ୟ ହିଁ ବଢାଇଦେଇଛି ମର୍ଯ୍ୟାଦା । ତେବେ ଯଦିଓ ଭାଇରାଲ୍ ଭିଡିଓରେ ସତ୍ୟତା ଥାଏ ତେବେ ଯୋଡିହେବ ନୂଆ ଅଧ୍ୟାୟ । ଲେଖାହେବ ସୁଟର-ଜାଭେଲିନ୍ ଲଭ୍ ଷ୍ଟୋରୀ ।