ସୀମାନ୍ତରେ ମାଓ ହିଂସା, ଗାଡିକୁ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ

Published By : Prameya-News7 Bureau | December 10, 2024 IST

ମାଲକାନଗିରି ୧୦।୧୨ : ମାଲକାନଗିରି ସୀମାନ୍ତରେ ମାଓ ହିଂସା । ଆନ୍ଧ୍ର ପ୍ରଦେଶର ଚିନ୍ତୁରରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଚିନ୍ତୁର ଠାରୁ ଭଦ୍ରାଚଲାମ ଯାଉଥିବା ଏକ ଯାତ୍ରୀବାହୀ କାର୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍‌ ବାହିନୀ । 

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭଦାରି ସରିଭେଲା ଗାଁ ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଏକ କାର୍‌କୁ ନିଆଁ ଲଗାଇଥିଲେ । ଯାହାଫଳରେ କାର୍‌ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ନିକଟରେ ଆନ୍ଧ୍ର ତେଲେଙ୍ଗାନା ସୀମାନ୍ତରେ ପୋଲିସ ଏନ୍‌କାଉଣ୍ଡରରେ ୭ ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ଏହାପରେ ସୋମବାର ଦିନ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ର ମାଓପ୍ରବଣ ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲେ ମାଓବାଦୀ । ସୋମବାର ଏହି ସବୁ ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ବିଳମ୍ବିତ ରାତିରେ ଏକ କାର୍‌କୁ ଅଟକାଇ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ସେପଟେ ଏହି ହିଂସା ସଂପର୍କରେ ଖବର ପାଇ ଚିନ୍ତୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.