ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ, ବିପୁଳ ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | April 22, 2024 IST

ନୂଆପଡା ୨୨।୪: ନୂଆପଡା ଜିଲ୍ଲା ବୋଡେନ ଥାନା କାଟଫାର ଜଙ୍ଗଲରେ ମାଓ ସାମଗ୍ରୀ ଠାବ ହୋଇଛି । ଭଇସାଦାନୀ ପଞ୍ଚାୟତ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଠାବ କଲା ସିଆରପିଏଫ ଏସଓଜି । ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ନିର୍ବାଚନକୁ ଚେକମେଟ୍ ଦେବାକୁ ମାଓବାଦୀ କରିଥିବା ଉଦ୍ୟମ ପଣ୍ଡ ହୋଇଛି । 

ଗତ ୨୦୧୯ ସାଧାରଣ ନିର୍ବାଚନରେ ସେହି ଅଞ୍ଚଳର ଭୋଟରଙ୍କୁ ଭୋଟ୍ ନଦେବାକୁ ଚେତାବନୀ ଦେଇଥିଲେ । ଏଥର ମଧ୍ୟ ସେଭଳି ଅନୁମାନ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆଗୁଆ ବ୍ୟାପକ କରୁଛି ନୂଆପଡା ପୋଲିସ । ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।

You Can Read :

ଜଙ୍ଗଲରେ ନିଆଁ, ବିପଦରେ ବନ୍ୟଜନ୍ତୁ

  • nuapada
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.