ମୁନିଗୁଡା ୨୮।୭: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଜଗଦଲପୁର ଫାଣ୍ଡି ଅନ୍ତର୍ଗତ ଗୁଣ୍ଡିରୀଗୁଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର । ସହିଦ ସପ୍ତାହ ପାଳନ ନେଇ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ସିପିଆଇ ମାଓବାଦୀ ତରଫରୁ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ଓ ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଜନ ଯୁଦ୍ଧରେ ସାମିଲ ହେବାକୁ ଏଥିରେ ଆହ୍ୱାନ ଦିଆଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଏହା ଲାଗିଥିବା ବେଳେ ପୋଲିସ ପହଞ୍ଚି ପୋଷ୍ଟର ବ୍ୟାନର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
You Can Read:
ନାକଟିଦେଉଳରେ ଡବଲ ମର୍ଡର, ବନ୍ଦ ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ