୧୦୦୦ କୋଟି ଟପିବ ‘ବାରାଣସୀ’ର ପ୍ରସାରଣ ଅଧିକାର, ରେସ୍ ଲଗାଇଛନ୍ତି ଓଟିଟି ପ୍ଲାଟଫର୍ମ

NEWS7
maoist-camp-busted-in-kerabira-forest-in-rourkela-border

ମୁମ୍ବାଇ ୦୭।୧୨: ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଓ ସାଉଥ୍ ସୁପରଷ୍ଟାର୍ ମହେଶ ବାବୁଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ବାରାଣସୀ’କୁ ନେଇ ବଡ଼ ଖବର । ଏସ୍‌ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ରିଲିଜ୍‌କୁ ବର୍ଷେରୁ ଅଧିକ ସମୟ ଅଛି । କିନ୍ତୁ ଚର୍ଚ୍ଚା ଏବେଠୁ ଜୋର୍ ଧରିଛି । ବଡ଼ ବଡ଼ ଓଟିଟି ପ୍ଲାଟ୍‌ଫର୍ମ ଫିଲ୍ମର ଡିଜିଟାଲ ପ୍ରସାରଣ ଅଧିକାର ପାଇବାକୁ ରେସ୍ ଲଗାଇଛନ୍ତି ।

ରିପୋର୍ଟ ଅନୁସାରେ, ‘ବାରାଣସୀ’ ବୈଶ୍ୱିକ ପ୍ରସାରଣ ବଜାରରେ ଭାରତର ସବୁଠୁ ହଟ୍ ପ୍ରପର୍ଟି ହୋଇଛି । ବିଦେଶରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ବଡ଼ ସଫଳତା ଓ ଅସ୍କାର ବିଜୟ ପରେ ‘ବାରାଣସୀ’ ରିଲିଜ୍ ହେବାକୁ ଯାଉଛି । ଏହା ପୂର୍ବରୁ ରାଜାମୌଲୀଙ୍କ ଫିଲ୍ମ ‘ବାହୁବଲୀ-୨’ ବିଦେଶରେ ୬୨ ନିୟୁତ ଡଲାରରୁ ଅଧିକ ଆୟ କରିଥିଲା । ଏହି ଦୃଷ୍ଟିରୁ ରାଜାମୌଲୀ ବିଦେଶରେ ଜଣେ ବହୁପରିଚିତ ଚେହେରା ହୋଇଛନ୍ତି । ତେଣୁ ତାଙ୍କ ନିର୍ଦ୍ଦେଶିତ ‘ବାରାଣସୀ’ର ଡିଜିଟାଲ ପ୍ରସାରଣ ଅଧିକାର ପାଇଁ ଟକ୍କର ସ୍ୱାଭାବିକ କଥା ।

ରିପୋର୍ଟ ଅନୁସାରେ, ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକ ଫିଲ୍ମର ଅଧିକାର ପାଇଁ ମୋଟା ଅଙ୍କ ଦେବାକୁ ଆଗଭର, ଯାହା କୌଣସି ହଲିଉଡ୍ ଫିଲ୍ମଠୁ କମ୍ ନୁହେଁ । ଏହି ଅଙ୍କ ହଜାର କୋଟି ମଧ୍ୟ ଛୁଇଁପାରେ । ଏପରି ହେଲେ, ‘ବାରାଣସୀ’ ଏକାକୀ ଭାରତୀୟ ଫିଲ୍ମ ପାଇଁ ଡିଜିଟାଲ ରାଇଟ୍‌ର ପ୍ରି-ସେଲ୍ କଲେକ୍ସନ୍‌ର ରେକର୍ଡ ଭାଙ୍ଗିବ । ଏ ମାମଲାରେ ସବୁଠୁ ମହଙ୍ଗା ଭାରତୀୟ ଫିଲ୍ମ ହେବ ‘ବାରାଣସୀ’ । ଗତ ନଭେମ୍ବରରେ ରାମୋଜି ଫିଲ୍ମ ସିଟିରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଫିଲ୍ମର ଫାର୍ଷ୍ଟଲୁକ୍ ଜାରି ହୋଇଥିଲା ।