ନାରାୟଣପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

Published By : Prameya-News7 Bureau | July 05, 2024 IST

Breaking_1

ମାଲକାନଗିରି ୫: ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ ବାହିନୀ । 

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ ଅର୍ଚ୍ଚା ଥାନା ଅନ୍ତର୍ଗତ ଥୁଲଥୁଲି ଗାଁରେ ପହଞ୍ଚି ରାମା ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇ ନେଇଥିଲେ । ପରେ ମାଓବାଦୀ ମାନେ ତାଙ୍କୁ ହତ୍ୟା କରିବା ସହ ରାସ୍ତା ଉପରେ ଶବ ଛାଡି ଚାଲି ଯାଇଛନ୍ତି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ DRG ଏବଂ କୋବ୍ରା ବାହିନୀ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ କରିଥିବା ନେଇ ନାରାୟଣପୁର ଏସପି ସୂଚନା ଦେଇଛନ୍ତି ।

You Can Read:

କୂଅରେ ପଡି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ, ଶିଶୁକୁ ବଞ୍ଚାଇବାକୁ ଯାଇ ଘଟିଲା ଅଘଟଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.