ଜାରିଙ୍ଗ ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା : ଡିଏଫଓଙ୍କୁ ମାରାଥନ୍ ଜେରା

Published By : Prameya-News7 Bureau | October 05, 2024 IST

କଳାହାଣ୍ଡି ୫।୧୦: କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ହାଇଟେକ୍ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା ଚାଲିଛି ତଦନ୍ତ । ୧୭ ଦିନ ପରେ ହାଇକୋର୍ଟରୁ ମଧ୍ୟବର୍ତ୍ତୀ ସୁରକ୍ଷା ନେଇ ଭବାନୀପାଟଣା ଟାଉନ ଥାନାରେ ପହଞ୍ଚିଥିଲେ ଡିଏଫଓ ଦେବେନ୍ଦ୍ର ବେହେରା । ତେବେ ଫେରାର ଡିଏଫଓ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ଜାମିନ ଖାରଜ କରିବା ସହ ଅକ୍ଟୋବର ୧୯ ତାରିଖ ମଧ୍ୟରେ ପୋଲିସର ତଦନ୍ତକୁ ସହଯୋଗ କରିବାକୁ କହିଥିଲେ । ଶୁକ୍ରବାର ଓକିଲ ସାହାଯ୍ୟରେ ଟାଉନ ଥାନାରେ ପହଞ୍ଚିଥିଲେ ଡ଼ିଏଫଓ ଦେବେନ୍ଦ୍ର ବେହେରା । ତାଙ୍କୁ ୧୨ଟାରୁ ୪ଟା ଯାଏଁ ତଦନ୍ତ ଅଧିକାରୀ ଜେରା କରିଥିବା ବେଳେ ଶନିବାର ପୁଣି ତାଙ୍କୁ ଜେରା କରାଯାଉଛି  l

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୮ ତାରିଖରେ ଫରେଷ୍ଟର ସଞ୍ଜୟ  ନାୟକ ଭବାନୀପାଟଣା ସ୍ଥିତ କ୍ୱାର୍ଟର୍ସରେ ଆତ୍ମହତ୍ୟା  କରିଥିଲେ । ଘଟଣା ପରଠାରୁ ଫେରାର ଥିବା ଡିଏଫ୍‌ଓ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କର ଜାମିନ ଖାରଜ କରି ଅକ୍ଟୋବର ୧୯ ସୁଦ୍ଧା କଳାହାଣ୍ଡି ପୁଲିସ୍ ନିକଟରେ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ  ଡିଏଫ୍‌ଓଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେଇଥିଲେ ହାଇକୋର୍ଟ । ତଦନୁଯାୟୀ, ଶୁକ୍ରବାର ଡିଏଫ୍‌ଓ ଭବାନୀପାଟଣା  ଟାଉନ ଥାନାକୁ ଆସିଥିଲେ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୪ଟା ଯାଏ ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଓ  ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ତପନ କାଲୋ ତାଙ୍କୁ ବିଭିନ୍ନ ବିଷୟରେ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଥିଲେ । ଶନିବାର ପୁଣି ଡିଏଫ୍‌ଓଙ୍କୁ ଜେରା ଚାଲିଛି ।

You Can Read:

କଟକ ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ପ୍ରସ୍ତାବ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.