ରାଉରକେଲା ୨୮।୧୨: ଅନ୍ତର୍ଜାତୀୟ ସାଇବର ଠକେଇ ଗ୍ରୁପ ଏବେ ରାଉରକେଲା ପୋଲିସ ପଞ୍ଝାରେ । ୨୦୨୪ ମସିହା ଜାନୁଆରୀ ସହ ଅଗଷ୍ଟ ମାସରେ ଦୁଇଟି ପର୍ଯ୍ୟାୟରେ ଗିରଫ କରିଥିଲା ରାଉରକେଲା ପୋଲିସ ୧୪ ଜଣଙ୍କୁ । ଯେଉଁଥିରେ ସାମିଲ ଥିଲେ ଜଣେ ଯୁବତୀ । ଆଉ ଏବେ ପୋଲିସ କବଜାକୁ ଆସିଛି ମାଷ୍ଟର ମାଇଣ୍ଡ ଦେବେନ୍ଦ୍ର ପ୍ରତାପ ମୋରିଆ ।
ଗତ ୨୦୨୩ ଡ଼ିସେମ୍ବର ମାସରେ ରାଉରକେଲା ସାଇବର ଥାନାରେ ଜଣେ କେନ୍ଦ୍ର ସରକାରୀଙ୍କ କର୍ମଚାରୀ ଅଭିଯୋଗ କରିଥିଲେ ଯେ, ଇନ୍ଦିରା ସିକ୍ୟୁରିଟି ଆପ୍ ମାଧ୍ୟମରେ ତାଙ୍କ ଠାରୁ ଲୁଟ୍ କରି ନିଆଯାଇଛି ୬୪ ଲକ୍ଷ ୭୦ ହଜାର ଟଙ୍କା । ଯାହା ଥିଲା ବେଆଇନ । ଅଭିଯୋଗ ଆଧାରରେ ରାଉରକେଲା ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଅଭିଯୋଗର ଗୋଟିଏ ମାସ ଭିତରେ ରାଉରକେଲା ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଆଉ ତାଙ୍କ ଠାରୁ ଓଗାଳିଥିଲା ପୁରା ନେଟୱାର୍କର ତଥ୍ୟ । ପରେ ଗତ ୨୦୨୪ ଅଗଷ୍ଟରେ ରାଉରକେଲା ପୋଲିସ ଗିରଫ କରିଥିଲା ୧୦ଜଣଙ୍କୁ ଆଉ ଖୋଜୁଥିଲା ମାଷ୍ଟର ମାଇଣ୍ଡକୁ । ବିଦେଶ ମାଟି କାମ୍ବୋଡ଼ିଆର ବସିଥିଲା ମାଷ୍ଟର ମାଇଣ୍ଡ । ଠକେଇ ହେଉଥିସା ନେପାଳ, ଭାରତ, ପାକିସ୍ତାନ, ଆଫଗାନିସ୍ଥାନ ସହ ବେଲୁଚିସ୍ତାନରେ । ଏହି ସାଇବର ଠକେଇ ବିଭିନ୍ନ ଆପ୍ ମାଧ୍ୟମରେ ସାଧାରଣ ଲୋକଙ୍କ ଅର୍ଥ ଦୁଇଗୁଣା କରିଦେବାର ପ୍ରତିଶୃତି ଦେଇ ଲୁଟୁଥିଲା । ଆଉ ଲୋଭରେ ପଡ଼ି ସେହି ଠକେଇର ଶିକାର ହେଉଛନ୍ତି ଲୋକେ । ଭାରତର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ହରିୟାଣା ସହ ଗୁଜୁରାଟରେ ଅଛି ନେଟୱାର୍କ । ଯାହାର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ ।
ରାଉରକେଲା ପୋଲିସ କବଜାରେ ମାଷ୍ଟର ମାଇଣ୍ଡ । ମାଷ୍ଟର ମାଇଣ୍ଡ ଦେବେନ୍ଦ୍ର ପ୍ରତାପ ମୋରିଆ । ତା ନିକଟରୁ ଜବତ ହୋଇଛି ୧୦ ଗୋଟି ମୋବାଇଲ, ୮ଗୋଟି ପେନ ଡ଼୍ରାଇଭ, ୧୪ କ୍ରେଡ଼ିଟ କାର୍ଡ଼ ସହ ଡ଼େବିଟ୍ କାର୍ଡ଼, ନେପାଳ, ୟୁଏସଏ ସହ କାମ୍ବୋଡ଼ିଆ ଦେଶର ଟଙ୍କା । ୨୨ ହଜାର ନଗଦ ଭାରତୀୟ ଟଙ୍କା, ୧୪ଗୋଟି ପାସବୁକ ସହ ଚେକ୍ବୁକ୍, ଦେଶୀ ବିଦେଶୀ ୮ଗୋଟି ସିମ୍ କାର୍ଡ଼, ଗୋଟିଏ ପାସପୋର୍ଟ ସହ ଆଧାର, ଡ଼ିଏଲ୍ ସହ ଗୋଟିଏ ପ୍ରିଣ୍ଟ ମେସିନ ।
ଏହି ସାଇବର ଠକେଇରେ ତିନି ପର୍ଯ୍ୟାୟରେ ମୋଟ୍ ୧୫ଜଣ ଗିରଫ ହୋଇଥିବା ବେଳେ ଆଉ ଫେରାର ଅଛନ୍ତି ପାଖାପାଖି ୨୫ ଜଣ । ଯାହାଙ୍କୁ ଗିରଫ କରିବା ପାଇଁ ରାଉରକେଲା ପୋଲିସ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ ।
You Can Read:
୬୦ ହଜାର ଟଙ୍କାରେ ନବଜାତ ଶିଶୁପୁତ୍ରକୁ ବିକିଦେଲା ବାପା ! ନିଜ ସଉକ ପୂରଣ କରିବାକୁ କଲା ଏମିତି