ଗାଡ଼ି ବ୍ରହ୍ମପୁରରେ, ଫାଇନ୍ କଟିଛି ଆଗ୍ରାରେ ; ମେସେଜ ଆସିଛି ୭୫ ହଜାର ୫୨୦ ଟଙ୍କା...

NEWS7
mathematician-anand-kumars-shocking-claim-regarding-offline-coaching

ବ୍ରହ୍ମପୁର ୧୪।୦୧ : ଗାଡ଼ି ବ୍ରହ୍ମପୁରରେ, ଫାଇନ୍ କଟିଛି ଆଗ୍ରାରେ। ୟୁପି ଆଗ୍ରା ପରିବହନ କାର୍ଯ୍ୟାଳୟ କାଟିଛି ଇ-ଚାଲାଣ। ମୋବାଇଲ ମେସେଜ ଆସିଛି ୭୫ ହଜାର ୫୨୦ ଟଙ୍କା ଫାଇନ୍ । ଏମିତି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁର ଅଞ୍ଚଳର ଜଣେ ବସ ମାଲିକ।

ମାଲିକଙ୍କ କହିବା କଥା ହେଲା ତାଙ୍କ ବସ୍ ଲାଞ୍ଜିପଲ୍ଲୀରେ ରହିଛି। କିନ୍ତୁ ଉତ୍ତରପ୍ରଦେଶ ଆଗ୍ରା ଆରଟିଓ କାଟିଛି ଫାଇନ୍। ସେହି ନମ୍ବରରେ ଅନ୍ୟ ଏକ ବସର ୭୫ ହଜାର ୫୨୦ ଟଙ୍କା ଚାଲାଣ କଟାଯାଇଥିବା ବସ ମାଲିକ ଗଞ୍ଜାମ ପରିବହନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅର୍ଥାତ୍ ଗୋଟିଏ ନମ୍ବରରେ ଦୁଇଟି ବସ୍ ଚାଲିଛି। ଯାହା ବଡ଼ ସଂଘାତିକ। ଏମିତିକି ସେ ଅଭିଯୋଗ କରିଛନ୍ତି ଚାଲାଣ ସମୟରେ ଯେଉଁ ଫଟୋ ଅପଲୋଡ ହୋଇଛି ତାହା ତାଙ୍କ ଗାଡି ନୁହେଁ ।ତାଙ୍କ ଗାଡିର ନମ୍ବର ଲଗାଇ ଅନ୍ୟ ଏକ ଗାଡି ଚାଲୁଛି ବୋଲି କହିଛନ୍ତି। ବ୍ରହ୍ମପୁର ଅଚଂଳର ଏହି ବସର ନମ୍ବର ହେଉଛି OD05N0770 । ବିନ୍ ପରମିଟ୍ ରେ ବାହାର ରାଜ୍ୟକୁ ଯାଇଥିବାରୁ ଫାଇନ୍ ଲାଗିଥିବା ଦର୍ଶା ଯାଇଛି। ୧୨ ତାରିଖ ଅପରାହ୍ନ ୪ ଟା ୧୭ରେ ଉକ୍ତ ଗାଡିକୁ ଆଗ୍ରା ଆରଟିଓ ପକ୍ଷରୁ ଫାଇନ୍ କରାଯାଇଛି ବୋଲି ମୋବାଇଲକୁ ମେସେଜ ଆସିଛି। ଏନେଇ ଗାଡି ମାଲିକ ଜଣକ ବିଏନପୁର ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । କହିଛନ୍ତି ତାଙ୍କ ବସ୍ ବ୍ରହ୍ମପୁରରୁ ରାଉରକେଲା ଚଳାଚଳ କରୁଛି। ମାସେ ହେଲା ଗାଡିଟି ଆଉ ଚଳାଚଳ ନକରି ଲାଞ୍ଜିପଲ୍ଲୀ ନିକଟରେ ରହିଛି।