LIVE TV
LIVE TV

କ୍ରିକେଟ ଇତିହାସର ପୁରୁଣା ଟ୍ରେଣ୍ଡ, ଫ୍ୟାନ୍ସ ଦେଖିଛନ୍ତି କୋଚ-ଖେଳାଳିଙ୍କ ବିବାଦ

NEWS7
mayor-visits-nilamadhab-niwas-after-diarrhea-outbreak

ଭାରତୀୟ କ୍ରିକେଟରେ ଚାଲେନି କୋଚ୍ଙ୍କ ଦାଦାଗିରି । ପ୍ରଶିକ୍ଷକଙ୍କ ଧମକ ବି ହୁଏନି ବରଦାସ୍ତ । କ୍ରିକେଟ ଇତିହାସର ପୁରୁଣା ଟ୍ରେଣ୍ଡ । ମୁହାଁମୁହିଁ ହୋଇଛନ୍ତି କୋଚ୍ ଓ ସିନିୟର ଖେଳାଳି । ସେ କଥା କଟାକଟି ହେଉ ବା ମ୍ୟାଚ୍ ଛାଡିବା । ଫ୍ୟାନ୍ସ ଦେଖିଛନ୍ତି କୋଚ-ଖେଳାଳିଙ୍କ ବିବାଦ । ଲିଷ୍ଟରେ ସୌରଭ ଗାଙ୍ଗୁଲି, ଅନିଲ୍ କୁମ୍ୱଲେଙ୍କଠାରୁ ଆରମ୍ଭ କରି ଅନେକ ଖେଳାଳି । ଏବେ ଦୀର୍ଘଦିନ ପରେ ପୁଣି ଡିସେଣ୍ଟ ଗେମ୍କୁ ଫେରିଛି ସେହି ଟ୍ରେଣ୍ଡ୍ । କୋଚ୍-ଖେଳାଳିଙ୍କ ମତାନ୍ତର ଏବେ ବହୁତ ଚର୍ଚ୍ଚିତ ।

ବିରାଟ କୋହଲି ବନାମ ଗୌତମ ଗମ୍ଭୀର । ଉଭୟଙ୍କ ସଂପର୍କ କେମେତି କାହାକୁ ଅଛପା ନାହିଁ । ଦୁଇ ଜଣଙ୍କ କାହାଣୀ ଭାରତୀୟ କ୍ରିକେଟକୁ କରିଛି ବେଶ୍ ପ୍ରଭାବିତ । ପଡ଼ିଆ ଭିତରେ ହେଉ ବା ବାହାରେ ସୃଷ୍ଟି କରିଥିଲା ଉତ୍ତେଜନା । ଦିଲ୍ଲୀର ଏହି ଦୁଇ ଖେଳାଳି ବର୍ଷ ବର୍ଷ ଧରି ପରସ୍ପର ବିରୋଧରେ ଲଢ଼ି ଆସୁଛନ୍ତି । ବିବାଦର ସୂତ୍ରପାତ ହୋଇଥିଲା ଫଟାଫଟ କ୍ରିକେଟ ଆଇପିଏଲ୍‌ରୁ । ସ୍ଥିତି ଏମିତି ହୋଇଥିଲା ଯେ, ହାତାହାତି ଯାଏଁ ପହଞ୍ଚିଥିଲା ବିବାଦ ।

 

ଏମିତିକି କେହି କାହାକୁ ମନ୍ତବ୍ୟ ଦେବାକୁ ବି ପଛାଉନଥିଲେ । ଏବେ କୋହଲିଙ୍କ ପରେ ରୋହିତଙ୍କ ସହ ଆସିଛି କୋଚ୍ ଗମ୍ଭୀରଙ୍କ ମତାନ୍ତର ଖବର । ଟିମ୍ ସିଲେକ୍ସନରେ ଗମ୍ଭୀରଙ୍କୁ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠିଛି । ଯଦିଓ ରୋହିତ ମୁହଁ ଖୋଲି କିଛି କହିନାହାଁନ୍ତି କିନ୍ତୁ, ପରୋକ୍ଷରେ ଜଣାଇଛନ୍ତି ପ୍ରତିବାଦ । ଯାହାର ଝଲକ ଦେଖିବା ମିଳିଥିଲା ଭାରତ-ସାଉଥ୍ ଆଫ୍ରିକା ମ୍ୟାଚ୍‌ରେ । ଏମିତି ଅନେକ ଅଛନ୍ତି ଆସନ୍ତୁ ଜାଣିବା କିଏ.... କିଏ